ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବ୍ରିକ୍ସ ଦେଶକୁ ଟ୍ରମ୍ପଙ୍କ ଧମକ: ଡଲାରରେ କାରବାର ନ କଲେ ୧୦୦% ଟାରିଫ

Published By : Prameya | December 2, 2024 10:37 AM

ନୂଆଦିଲ୍ଲୀ,୦୨/୧୨: ଆମେରିକାର  ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶ ଗୁଡିକ ଉପରେ ଟିକସ ଲଗାଇବା ଲାଗି ଧମକ ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ  ଶେୟାର କରିଛନ୍ତି । ଆମେରିକା ଡଲାର ବ୍ୟତୀତ ଅନ୍ୟ କୌଣସି ମୁଦ୍ରାରେ କାରବାର  କଲେ ୧୦୦% ଟାରିଫ ଲଗାଇବେ ବୋଲି  କହିଛନ୍ତି ଟ୍ରମ୍ପ ।  

ଟ୍ରମ୍ପ ଶନିବାର କହିଛନ୍ତି, ଡଲାର ବ୍ୟତୀତ ଅନ୍ୟ କୌଣସି ମୁଦ୍ରାରେ କାରବାର ଯେଭଳି ନ ହେବ ସେ ନେଇ ବ୍ରିକ୍ସ ଦେଶ  ଗୁଡିକଠାରୁ ପ୍ରତିଶ୍ରୁତି ଆବଶ୍ୟକ । ଦେଶ ଗୁଡିକ କୌଣସି ନୂଆ କରେନ୍ସି ଆଣିବେନି  କିମ୍ବା ଅନ୍ୟ ଦେଶର ମୁଦ୍ରାରେ କାରବାର  ମଧ୍ୟ କରିବେନି । ଯଦି ଦେଶ ଗୁଡିକ ଏହାକୁ  ନ ମାନନ୍ତି ତେବେ ଆମେରିକାକୁ ରପ୍ତାନି  ଉପରେ ୧୦୦% ଟିକସ ଲାଗୁ କରାଯିବ । 

ଏଭଳି କଲେ ଆମେରିକା ବଜାରରେ ସେମାନଙ୍କ ସାମଗ୍ରୀ ବିକ୍ରି ହେବ ବୋଲି ଦେଶ ଗୁଡିକ ଭୁଲିଯିବା ଆବଶ୍ୟକ ।  ବ୍ୟବସାୟ କ୍ଷେତ୍ରରେ ଡଲାର ବାଦ ଅନ୍ୟ  କୌଣସି ମୁଦ୍ରାର ସ୍ଥାନ ନାହିଁ । ଯଦି  କୌଣସି ଦେଶ ଏଭଳି କରୁଛି ତେବେ  ସେ ଆମେରିକା ସହ କାରବାରକୁ ଭୂଲିଯାଉ  ବୋଲି ଟ୍ରମ୍ପ ନାଲି ଆଖି ଦେଖାଇଛନ୍ତି ।  

ବ୍ରିକ୍ସରେ ଏବେ ଭାରତ, ରୁଷ ଚୀନ  ସହ ଅନ୍ୟ ୯ ଦେଶ ସାମିଲ ରହିଛନ୍ତି ।  ଏହା ମଧ୍ୟରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ  ମଧ୍ୟ ରହିଛନ୍ତି । ବ୍ରିକ୍ସରେ ଥିବା ଦେଶ ଗୁଡିକ  ମଧ୍ୟରେ ଏବେ ସୁଦ୍ଧା କୌଣସି ମୁଦ୍ରା ଆଣିବା  ନେଇ ସହମତି ପ୍ରକାଶ ପାଇନି । ଏ ନେଇ  ଆନୁଷ୍ଠାନିକ ଭାବେ ମଧ୍ୟ କୌଣସି ବୟାନ  ଜାରି କରାଯାଇନି । ଚଳିତ ବର୍ଷ ରୁଷରେ ବ୍ରିକ୍ସ  ଦେଶ ଗୁଡିକର ସମ୍ମିଳନୀ ଆଗରୁ ଏଭଳି  କରେନ୍ସି ନେଇ ବେଶ ଚର୍ଚ୍ଚା ଧରିଥିଲା । 

ତେବେ ସମିଟ ଆଗରୁ ରୁଷ ରାଷ୍ଟ୍ରପତି  ଭ୍ଲାଦିମିର ପୁଟିନ କହିଥିଲେ, ଏଭଳି  କରେନ୍ସି ଆଣିବା ଲାଗି ବ୍ରିକ୍ସ ସଙ୍ଗଠନ  କୌଣସି ପ୍ରକାର ବିଚାର କରୁନି । ତେବେ  ଏହି ସମିଟରେ ବ୍ରିକ୍ସ ଦେଶ ଗୁଡିକର  ପେମେଣ୍ଟ ସିଷ୍ଟମକୁ ନେଇ ବେଶ ଚର୍ଚ୍ଚା  ହୋଇଥିଲା । ଗ୍ଲୋବାଲ ସ୍ୱିଫ୍ଟ ପେମେଣ୍ଟ  ସିଷ୍ଟମକୁ ଟକ୍କର ଦେବା ଲାଗି ଏଭଳି ନିଷ୍ପତ୍ତି  ହୋଇଥିଲା । ୧୯୭୩ରେ ୨୨ ଦେଶର  ୫୧୮ ବ୍ୟାଙ୍କ ସହ ସ୍ୱିଫ୍ଟ ନେଟୱର୍କ ଆରମ୍ଭ  ହୋଇଥିଲା । ଏବେ ଏଥିରେ ୨୦୦ରୁ ଉଦ୍ଧ୍ୱର୍  ଦେଶ ଏବଂ ୧୧ ହଜାର ବ୍ୟାଙ୍କ ସାମିଲ  ହୋଇଛନ୍ତି । 

ଏମାନେ ଆମେରିକା ବ୍ୟାଙ୍କରେ ନିଜର  ବିଦେଶୀ ମୁଦ୍ରା ଭଣ୍ଡାର ରଖୁଛନ୍ତି । ସବୁ  ଅର୍ଥ ବ୍ୟବସାୟ କ୍ଷେତ୍ରରେ ଲାଗିନ ଥାଏ ।  ଏହି ବ୍ୟାଙ୍କ ଗୁଡିକର ଏହାର କିଛି ଅଂଶକୁ  ଆମେରିକା ବଣ୍ଡ୍‌ ବଜାରରେ ନିବେଶ  କରିଥାନ୍ତି । ଏଥିରୁ ସେମାନେ କିଛି ସୁଧ  ପାଇଥାନ୍ତି । ସବୁ ଦେଶ ମିଳିତ ଭାବେ ୭.୮  ଲକ୍ଷ କୋଟି ଡଲାର ଜମା ରଖିଛନ୍ତି । ଯାହା  ଭାରତୀୟ ଜିଡିପିର ୨ ଗୁଣ । ଏହି ଅର୍ଥକୁ  ଆମେରିକା ଏହାର ବିକାଶ କାର୍ଯ୍ୟରେ  ଲଗାଉଛି । ସ୍ୱିଫ୍ଟ ନେଟୱର୍କ ଦ୍ୱାରା ଆମେରିକା  ବସିବସି ଡଲାରରେ ଆୟ କରେ । 

ତେବେ ଟ୍ରମ୍ପଙ୍କ ଏଭଳି ଧମକକୁ  ନେଇ ପ୍ରତିକ୍ରିୟା ରଖିଛି ଥିଙ୍କ ଟ୍ୟାଙ୍କ  ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ  (ଜିଟିଆର୍‌ଆଇ) । ଏହା କହିଛି ଯେ, ଟ୍ରମ୍ପଙ୍କ  ଧମକ ଅବାସ୍ତବ । ସ୍ଥାନିୟ ଏଜେନ୍ସି ଟ୍ରେଡିଂ  ସିଷ୍ଟମ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁ  ଭାରତ । ୨୦୦୯ରେ ସ୍ଥାପିତ ହୋଇଥିବା  ବ୍ରିକ୍ସ ଏକ ପ୍ରମୁଖ ଅନ୍ତର୍ଜାତୀୟ ଗ୍ରୁପ  ଯେଉଁଥିରେ ଆମେରିକା ପ୍ରତିନିଧିତ୍ୱ କରୁନି ।  

ବ୍ରିକ୍ସର ଅନ୍ୟ ଦେଶ ଗୁଡିକ ମଧ୍ୟ ଦକ୍ଷିଣ  ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ  ୟୁଏଇ ରହିଛି । ଗତ କିଛି ବର୍ଷ ହେବ ରୁଷ ଏବଂ ଚୀନ  ଭଳି ସଦସ୍ୟ ରାଷ୍ଟ୍ର ଗୁଡିକ ଆମେରିକା  ଡଲାରର ବିକଳ୍ପ ଭାବେ ନିଜସ୍ୱ ବ୍ରିକ୍ସ କରେନ୍ସି  ଆଣିବା ଉପରେ ଚିନ୍ତା କରୁଛନ୍ତି । ତେବେ  ଭାରତ ବିଧିବଦ୍ଧ ଭାବେ ଏହି ଯୋଜନାରେ  ସାମିଲ ହେବା ନେଇ କିଛି ସ୍ପଷ୍ଟ କରିନି ।  ଶନିବାର ବ୍ରିକ୍ସ ଦେଶ ଗୁଡିକର ଏଭଳି  ପଦକ୍ଷେପକୁ ନେଇ ଟ୍ରମ୍ପ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । 

ଜିଟିଆର୍‌ଆଇ କହିଛି ଯେ, ଟ୍ରମ୍ପ  ଯଦି ପ୍ରକୃତରେ ଏଭଳି ଟିକସ ଲଗାନ୍ତି  ଆମେରିକା ଗ୍ରାହକ ଏହା ଦ୍ୱାରା କ୍ଷତିଗ୍ରସ୍ତ  ହେବେ । କାରଣ ଦେଶ ଗୁଡିକରୁ  ଆମେରିକାକୁ ରପ୍ତାନି ବେଶ ମହଙ୍ଗା  ହୋଇଯିବ । ବିଶ୍ୱ ବାଣିଜ୍ୟ କ୍ଷତିଗ୍ରସ୍ତ ହେବା  ସହ କ୍ଷତି ସହୁଥିବା ଦେଶ ଗୁଡିକ ପାଲଟା  ଟିକସ ଲଗାଇବା ଲାଗି ଅଡି ବସିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.