ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଉ ମାତ୍ର ମାସେ ଅପେକ୍ଷା, ଟ୍ରମ୍ଫଙ୍କ ଶାସନର ପ୍ରଥମ ଦିନରୁ ଆରମ୍ଭ ହେବ ଏହି ୩ ଦେଶର ଶନି ଦଶା

Published By : Swapna Ray | November 26, 2024 1:02 PM

ୱାଶିଂଟନ, ୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ମାତ୍ର ମାସେ ପରେ ଅର୍ଥାତ୍ ଜାନୁୟାରୀରେ ଶପଥ ନେବେ । ଯାହା ପୂର୍ବରୁ ସେ ନିଜର ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ଦାୟିତ୍ୱ ନେବା ପରେ ତୁରନ୍ତ ୩ଟି ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ । ଏହି ତିନୋଟି ଦେଶ ହେଉଛି ଚୀନ୍, ମେକ୍ସିକୋ ଏବଂ କାନାଡ଼ା । ଏହି ତିନୋଟି ଦେଶର ନୀତିରେ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପ ନିଆଯିବ । 

ଟ୍ରମ୍ପ କହିଛନ୍ତି ଯେ, କାନାଡ଼ା ଓ ମେକ୍ସିକୋରୁ ଆମେରିକା ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଏହି ଦେଶରୁ ବହୁ ସଂଖ୍ୟକ ଅବୈଧ ପ୍ରବାସୀ ଆମେରୀକୀୟ ସୀମାରେ ପ୍ରବେଶ କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଦେଶକୁ ବିପୁଳ ପରିମାଣରେ ଔଷଧ ଆମେରିକାରୁ ରପ୍ତାନୀ ହେଉଛି । ଏହି ଦେଶର ସାମଗ୍ରୀ ସମେତ ଚାଇନାର ଉତ୍ପାଦ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରାଯିବ । ମେକ୍ସିକୋ ଏବଂ କାନାଡା ସୀମାରୁ ହଜାର ହଜାର ସଂଖ୍ୟକ ଲୋକ ଆମେରିକାରେ ପ୍ରବେଶ କରୁଥିବା ଟ୍ରମ୍ଫ କହିଛନ୍ତି । ଆମେରିକାରେ ବର୍ତ୍ତମାନ ଅପରାଧର ସ୍ତର ଉଚ୍ଚରେ ରହିଛି । ଏହି ସମୟରେ ମେକ୍ସିକୋରୁ ବହୁ ସଂଖ୍ୟକ ଅବୈଧ ପ୍ରବାସୀମାନେ ଆମେରିକାରେ ପ୍ରବେଶ କରୁଛନ୍ତି । ଜାନୁଆରୀ ୨୦ରେ ଶପଥ ନେବା ପରେ ଟ୍ରମ୍ଫଙ୍କ ପ୍ରଥମ ଆଦେଶ ରହିବ ଯେ ମେକ୍ସିକୋ ଏବଂ କାନାଡ଼ିରୁ ଆମେରିକାରେ ଆମଦାନୀ ହେଉଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା । ଏହି ନିଷ୍ପତ୍ତି ଏଭଳି ସମୟରେ ଲାଗୁ ହେବ ଯେତେବେଳେ ଡ୍ରଗ୍ସ, ଯେପରିକି ଫେଣ୍ଟାନିଲ୍ ସମସ୍ତ ଅବୈଧ ସାମଗ୍ରୀକୁ ଆମେରିକାକୁ ଅଣାଯାଉଥିବ । 

ଟ୍ରମ୍ପ କହିଛନ୍ତି ଯେ, ଚୀନ୍‌ରୁ ଆମେରିକା ବିପୁଳ ପରିମାଣର ଔଷଧ ବିଶେଷ କରି ପେଣ୍ଟାଫିଲ୍‌କୁ ନେଇ ସେ ଚୀନ୍ ପ୍ରଶାସନ ସହ କଥା ହୋଇଥିଲେ । କିନ୍ତୁ, କୌଣସି ସୁଫଳ ମିଳିନଥିଲା । ଚୀନ୍‌ର ପ୍ରତିନିଧୀମାନେ ତାଙ୍କୁ କହିଥିଲେ ଯେ, ଯଦି ଡ୍ରଗ୍ ଡିଲରମାନେ ଧରାପଡ଼ନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । କିନ୍ତୁ ଦୁର୍ଭାଗ୍ୟବଶତଃ ଚୀନ୍‌ ପ୍ରତିନିଧୀମାନେ ନିଜ କଥା ରଖିନଥିଲେ ଏଥିସହିତ ଚାଇନାରୁ ଆମେରିକାକୁ ଡ୍ରଗ୍ ପଠାଇବା ଜାରି ରଖିଥିଲେ । ଏହି ଔଷଧଗୁଡ଼ିକ ମୁଖ୍ୟତଃ ମେକ୍ସିକୋ ଜରିଆରେ ଆମେରିକାକୁ ପଠାଯାଉଛି । କହିରଖୁ କି, ଟ୍ରମ୍ଫଙ୍କର ଏହି ନିଷ୍ପତ୍ତି ପରେ ଉତ୍ତର ଆମେରିକାରେ ରପ୍ତାନୀ ପ୍ରଭାବିତ ହୋଇପାରେ । ଏପରିକି ବ୍ୟବୟା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.