ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୩.୫ କୋଟି ଡଲାରର ପ୍ରାସାଦ କିଣିଲେ ମସ୍କ,ଗୋଟିଏ ଛାତ ତଳେ ରହିବେ ୧୧ ସନ୍ତାନ

Published By : Anindita Ratha | October 31, 2024 3:15 PM

ନୂଆଦିଲ୍ଲୀ,୩୧/୧୦: ପରିବାର ପରମ୍ପରାକୁ ବଦଳାଇବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ନିଜର ୧୧ ଜଣ ସନ୍ତାନ ଓ ସେମାନଙ୍କ ମା’ଙ୍କୁ ସେ ଗୋଟିଏ ଛାତ ତଳେ ରଖିବେ । ଏଥିପାଇଁ ସେ ଟେକ୍ସାସର ଅଷ୍ଟିନ୍‌ରେ ୧୪,୪୦୦ ବର୍ଗଫୁଟର ଏକ ପ୍ରାସାଦ ସହିତ ଆଉ ଏକ ୬ ଶୟନକକ୍ଷବିଶିଷ୍ଟ ଜାଗା କିଣିଛନ୍ତି । ଏହାର ମୂଲ୍ୟ ୩.୫ କୋଟି ଡଲାର । ଏହି ଭବ୍ୟ ପ୍ରାସାଦର ନିର୍ମାଣଶୈଳୀ ଟସ୍କାନ୍‌ ଡିଜାଇନ୍‌ ଦ୍ୱାରା ପ୍ରେରିତ । ମସ୍କଙ୍କ ଟେକ୍ସାସ ସ୍ଥିତ ଘରଠୁ ଏହା ମାତ୍ର ୧୦ ମିନିଟ୍‌ ଦୂରରେ ଅବସ୍ଥିତ । ମସ୍କଙ୍କ ବିଶ୍ୱାସ, ଏହି ଅଣପାରମ୍ପରିକ ପ୍ରବନ୍ଧନ ତାଙ୍କ ସନ୍ତାନଙ୍କୁ ପରସ୍ପରର ଜୀବନର ଅଂଶ ହେବାରେ ସାହାଯ୍ୟ କରିବ । ସେମାନଙ୍କୁ ସେ ସମୟ ମଧ୍ୟ ଦେଇପାରିବେ । 

୨୦୦୨ ମସିହାରୁ ମସ୍କ ୧୨ ସନ୍ତାନଙ୍କ ବାପା ହୋଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହ ତାଙ୍କ ପ୍ରଥମ ସନ୍ତାନର ଜନ୍ମର ମାତ୍ର ୧୦ ସପ୍ତାହରେ ମୃତ୍ୟୁ ହୋଇଥିଲା । ଦମ୍ପତିଙ୍କ ବିବାହ ବିଚ୍ଛେଦ ପୂର୍ବରୁ ୨୦୦୮ ମସିହାରେ ଦୁହେଁ ଆଇଭିଏଫ୍‌ ଜରିଆରେ ୫ ସନ୍ତାନଙ୍କ ମାତାପିତା ହୋଇଥିଲେ । ଏହା ପରେ ବ୍ରିଟିଶ ଅଭିନେତ୍ରୀ ତଲୁଲାହ ରିଲେଙ୍କ ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା । ତାଙ୍କୁ ମସ୍କ ଦୁଇଥର ବିବାହ ଓ ଛାଡ଼ପତ୍ର ଦେଇଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିଲେ । ୨୦୨୦- ୨୦୨୨ ମସିହା ମଧ୍ୟରେ ମସ୍କ ଓ ମ୍ୟୁଜିସିଆନ୍‌ ଗ୍ରାଇମ୍ସ ୩ ସନ୍ତାନଙ୍କର ଅଭିଭାବକ ହେଲେ । ଏବେ ଗ୍ରାଇମ୍ସ ଓ ମସ୍କଙ୍କ ମଧ୍ୟରେ ସନ୍ତାନଙ୍କ ହେପାଜତକୁ ନେଇ ନ୍ୟାୟିକ ଲଢ଼େଇ ଚାଲିଛି । ୨୦୨୧ ମସିହାରେ ଶିଭୋନ ଜିଲିସ୍‌ ଓ ମସ୍କ ଯମଜ ସନ୍ତାନଙ୍କର ମାତାପିତା ହୋଇଥିଲେ । ଶିଭୋନ୍‌ ମସ୍କଙ୍କ ବ୍ରେନ୍‌ ଟେକ୍ନୋଲୋଜି ଷ୍ଟାର୍ଟ-ଅପ୍‌ ନ୍ୟୁରାଲିଙ୍କ୍‌ରେ ଜଣେ କାର୍ଯ୍ୟନିର୍ବାହୀ ଅଛନ୍ତି । ଉଭୟଙ୍କର ୩ୟ ସନ୍ତାନ ଥିବା କଥା ମସ୍କ ଚଳିତ ବର୍ଷ ସ୍ପଷ୍ଟ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.