ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Trump: ଟ୍ରମ୍ପଙ୍କ ନୂଆ ଭିସା କଟକଣା; ପ୍ରଭାବିତ ହେବେ ୪୧ରୁ ଅଧିକ ଦେଶ

Published By : Bijay Swain | March 15, 2025 5:27 PM

Image courtesy: indiatoday

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନୂଆ ଅପ୍ରବାସନ ନୀତି ପାଇଁ ପ୍ରାୟ ୪୧ରୁ ଅଧିକ ଦେଶର ଲୋକ ଆମେରିକା ଯାତ୍ରା କରିବାରେ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ ଓ ଭୁଟାନ ଭଳି ମୋଟ୍ ୪୧ ଦେଶ ଉପରେ ବହୁ ଜଲଦି ଏହି ଭିସା କଟକଣା ନିୟମକୁ ଲାଗୁ କରାଯିବ ବୋଲି ଖବର ସରବରାହ ସଂସ୍ଥା ରିଉଟରରେ ଖବର ପ୍ରକାଶ ପାଇଛି। ତେବେ ଏଭଳି ନିଷ୍ପତି ଆମେରିକା ପାଇଁ ପ୍ରଥମ ଥର ନୁହେଁ ବୋଲି ଆମେରିକୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ଟ୍ରମ୍ପ ନିଜ ପ୍ରଥମ କାର୍ଯ୍ୟକାଳରେ ୭ଟି ବିଭିନ୍ନ ମୁସଲିମ ବହୁଳ ଦେଶ ଉପରେ ଆମେରିକା ଯାତ୍ରାକୁ ନେଇ ରହିତାଦେଶ ଲଗାଇ ସାରିଛନ୍ତି। 

ଆମେରିକୀୟ ସୁରକ୍ଷା ପରିଷଦ ଦ୍ୱାରା ପାକିସ୍ତାନ ସହ ଅନ୍ୟ ୨୬ ଦେଶକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁମାନଙ୍କ ଉପରେ ଭିସା କଟକଣା ଲଗାଇବାକୁ ଆଉ ମାତ୍ର ୬୦ ଦିନର ସମୟ ଦିଆଯାଇଛି ବୋଲି ଜଣାପଡିଛି। ଯଦି ଏହି ସମୟକାଳ ମଧ୍ୟରେ ଶେହବାଜ ସରିଫହ୍କ ସରକାର ଏନେଇ ଆମେରିକାକୁ ସ୍ପଷ୍ଟ ତଥ୍ୟ ନଦିଅନ୍ତି ତେବେ ପାକିସ୍ତାନ ନାଗରିକଙ୍କ ଉପରେ ସ୍ଥାୟୀ ଭାବେ ଭିସା କଟକଣା ଲାଗୁ କରାଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ତୁର୍କମେନିସ୍ତାନ, ବେଲାରୁଷ, ଭୁଟାନ ଓ ଭନୁଆଟୁ ଭଲି ଦେଶ ମଧ୍ୟ ଏନେଇ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି। 

ଚଳିତ ସପ୍ତାହର ପ୍ରାରମ୍ଭରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ ଏହାକୁ ତୁଚ୍ଛା ଭ୍ରାନ୍ତିକର ଖବର ବୋଲି କହିଥିଲେ। ସେହିପରି ପାକିସ୍ତାନର ବୈଦେଶିକ ପ୍ରବକ୍ତା ସାଫକତ ଅଲ୍ଳୀ ଖାନ ଆମକୁ ଏନେଇ କୈଣସି ଆଧିକାରୀକ ପତ୍ର ମିଳିନାହିଁ, ତେଣୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। 

ନିକଟରେ ମିଲିଥିବା କବର ଅନୁଯାୟୀ ଚଳିତ ସପ୍ତାହରେ ପାକିସ୍ତାନୀ ରାଷ୍ଟ୍ରଦୂତ କେକେ ଏହସାନ ୱାଗାନ ତୁର୍କମେନିସ୍ତାନ ଦେଇ ଆମେରିକାରେ ପ୍ରବେଶ କରିବାକୁ ଯାଉଥିଲେ। ତେବେ ଆମେରିକାର ସୁରକ୍ଷା ଅଧିକାରୀମାନେ ତାଙ୍କୁ ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରେ ଅଟକାଇବା ସହ ପାକିସ୍ତାନକୁ ପଠାଇ ଦେଇଥିଲେ। ଯାହାକୁ ନେଇ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଆମେରିକା ଏନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇ ନଥିବା ବେଳେ, ରିପୋର୍ଟ ଅନୁଯାୟୀ ଏହସାନଙ୍କୁ ଆମେରିକାର ଇମିଗ୍ରେସନ ସିଷ୍ଟମ "ବିବାଦୀୟ ଭିସା ରେଫରେନ୍ସ" ଦ୍ୱାରା ଚିହ୍ନଟ କରାଯାଇଥିବାରୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି ବୋଲି ସୂଚନା ମିଳିଛି।

ଆମେରିକା ଜାରି କରିଥିବା ନୂଆ ଭିସା କଟକଣା ଅନୁଯାୟୀ ମୋଟ୍ ୧୦ଟି ଦେଶକୁ ଲାଲ୍ ତାଲିକାଭୁକ୍ତ କାରାଯାଇଛି। ଯାହା ଫଳରେ ଉକ୍ତ ଦେଶର ନାଗରିକମାନଙ୍କ ଉପରେ ଆମେରିକା ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଲଗାଯାଇଛି। ସ୍ଥାୟି କଟକଣା ଲଗାଯାଇଥିବା ଦେଶ ଗୁଡିକ ହେଲେ ଆଫଗାନିସ୍ଥାନ, କ୍ୟୁବା, ଇରାନ, ଲିବିୟା, ନର୍ଥକୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନିଜୁଏଲା ଓ ୟେମେନ। 

ଆଗକୁ ଆଉ 5ଟି ଦେଶ ଉପରେ ଏହି ନିୟମ ଲାଗୁ କରାଯିବାର ଯୋଜନା ମଧ୍ୟ ରହିଛି। ଏହି ୫ ଦେଶ ମଧ୍ୟରେ ଇରିଟ୍ରିଆ, ହାଇତି, ଲାଓସ, ମିଆଁମାର ଓ ସାଉଥ ସୁଡାନ ରହିଛିନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ଉକ୍ତ ଦେଶ ଗୁଡିକ ଟୁରିଷ୍ଟ ଓ ଷ୍ଟୁଡେଣ୍ଟ ଭିସା ସହିତ ଅନ୍ୟନ୍ୟ ଭିସା ପାଇବାରୁ ବଞ୍ଚିତ ହେବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.