ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଜାପାନ ଉପକୂଳରେ ମାଡ଼ ହେଲା ଉଚ୍ଚ ଜୁଆର; ପରମାଣୁ ପ୍ଲାଣ୍ଟରେ ପଶିଲା ପାଣି, କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର

Published By : Manash Sahoo | July 30, 2025 6:24 PM

ନୂଆଦିଲ୍ଲୀ: ଋଷର କାମଚଟକାରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରେକର୍ଡ କରାଯାଇଛି । ଏହି ବନାଶକାରୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗର ଭିତରେ ରହିଛି । ସମୁଦ୍ର ତଳରୁ ମାତ୍ର ୧୯ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ପରେ ସମୁଦ୍ରରେ ଉଚ୍ଚ ଜୁଆରମାନ ସୃଷ୍ଟି ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଦେଶ ଋଷ୍, ଜାପାନ, ଆମେରିକା, ନ୍ୟୁଜିଲାଣ୍ଡ ଭଳି ଦେଶକୁ ସୁନାମୀ ପ୍ରଭାବିତ କରିଛି । ସୁନାମୀ ଯୋଗୁ ଜାପାନ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜାପାନ ମୌସୁମୀ ବିଭାଗ ଅନୁଯାୟୀ, ସମୁଦ୍ରରେ ୬୦ ସେଣ୍ଟିମିଟର ବା ଦୁଇ ଫୁଟ୍ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଜାପାନର ହୋକାଇଡୋର ପୂର୍ବତଟର ନେମୁରୋ ପର୍ଯ୍ୟନ୍ତ ସୁନାମୀ ଜୁଆର ପହଞ୍ଚିଛି । ପ୍ରଶାନ୍ତ ମହାସାଗରରେ ଆସିଥିବା ସୁନାମୀରେ ଜାପାନର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । 

ପରମାଣୁ ପ୍ଲାଣ୍ଟ ପର୍ଯ୍ୟନ୍ତ ସୁନାମୀ ଆସିଛି:

ଜାପାନର ପ୍ରଶାନ୍ତ ମହାସାଗର ତଟରେ ସୁନାମୀ ମାଡ଼ ହୋଇଛି । ଏହାଛଡ଼ା ଉତ୍ତର ହକ୍କାଇଡୋରୁ ନେଇ ଦକ୍ଷିଣ ଓ୍ବାକାୟାମା ପ୍ରାନ୍ତ ପର୍ଯ୍ୟନ୍ତ ଘରଗୁଡ଼ିକୁ ଖାଲି କରାଯାଇଛି । ଜାପାନର ପାଣିପାଗ ବିଭାଗ ଅନୁଯାୟୀ,  ପ୍ରଶାନ୍ତ ମହାସାଗରରେ ସୁନାମୀ ଜୁଆର ୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠୁଛି । ତେଣୁ ଏହା ଜନବସତି ଆଡ଼କୁ ମାଡ଼ି ଆସିବ ବୋଲି ଆଶଙ୍କା କରାଯାଉଛି । ଏହାଛଡ଼ା ସମୁଦ୍ର ଜୁଆର ଜାପାନର କେଫୁକୁଶିମା ନ୍ୟୁକ୍ଲିୟର ପ୍ଲାଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସୁମାନୀ ବିପଦ ଦେଖି ପୂର୍ବରୁ କର୍ମଚାରୀ ମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ୨୦୧୧ରେ ଆସିଥିବା ୯.୦ ତୀବ୍ରତା ବିଶିଷ୍ଟ ସୁନାମୀ ଫୁକୁଶିମା ଦାଇଚ୍ ପ୍ଲାଣ୍ଟକୁ ବିଶେଷ ଭାବେ କ୍ଷତି ପହଞ୍ଚାଇଥିଲା । 

ସୁନାମୀ ସଂକଟରୁ ବାହାରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶାବା ଲଗାତାର ଅଧିକାରୀମାନଙ୍କ ସଂପର୍କରେ ରହିଛନ୍ତି । ଜରୁରୀସେବାରେ ନିୟୋଜିତ ହୋଇଥିବା ଟିମ୍ ଆଲର୍ଟରେ ରହିଛନ୍ତି । କୌଣସି ପରିସ୍ଥିତିରେ ଲୋକଙ୍କ ଜୀବନକୁ ପ୍ରଥମ ପ୍ରାଥମିକତା ପ୍ରଥମେ ଦିଆଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.