ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପାଖତୁନଖଓ୍ବା ପ୍ରଦେଶରେ ସୁରକ୍ଷାବାହିନୀ ଏକ ଗୁପ୍ତଚର ଭିତ୍ତିକ ଅପରେସନ୍ ବେଳେ ୧୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତୀ । ଏହି ଆତଙ୍କବାଦୀ ମାନେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଜଡିତ ଥିଲେ । ବୁଧବାର ପାକିସ୍ତାନୀ ସେନା ଏହି ସୂଚନା ଦେଇଛି।

ସେନାର ଗଣମାଧ୍ୟମ ବିଭାଗ 'ଆଇଏସପିଆର' ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ସାରୋଗା ଅଞ୍ଚଳରେ ଟିଟିପି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଡିସେମ୍ବର ୨୪-୨୫ରେ ଏହି ଅପରେସନ୍ ଆରମ୍ଭ କରିଥିଲେ।

ISPR ଅନୁଯାୟୀ, ଅପରେସନ୍ ସମୟରେ ପ୍ରବଳ ଗୁଳି ବିନିମୟରେ ୧୩ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କଠାରୁ ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ଶନିବାର ଦିନ ଏହି ଆକ୍ରମଣ ଆରମ୍ଭ ହୋଇଥିଲା, ଯେଉଁଥିରେ ଆତଙ୍କବାଦୀମାନେ ଦକ୍ଷିଣ ୱାଜିରିସ୍ତାନର ମାକିନ ଅଞ୍ଚଳରେ ଏକ ଚେକ୍ ପୋଷ୍ଟକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ୧୬ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ।