ଭଦ୍ରକ, ୧୩/୦୪: ନାଣ୍ଡୁ ବାବୁ ଯେଉଁଠି ବିବାଦ ସେଇଠି ! ପୁଣି ବିବାଦରେ ଫସିଲେ ଯାତ୍ରା ସମ୍ରାଟ୍ ତୁଳସୀ ନଣନାଟ୍ୟର ମାଲିକ । କେତେବେଳେ ତାଙ୍କ ନିଜ କଳାକାର ତାଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି ତ ପୁଣି କେତେବେଳେ ଯାତ୍ରା କମିଟି । ଯାତ୍ରା କରିବାକୁ ଏକ ବର୍ଷ ପୂର୍ବରୁ ଅଗ୍ରୀମ ଟଙ୍କା ନେଇଥିଲେ, ମାତ୍ର ଯାତ୍ରା ପରିବେଷଣ କଲେ ନାହିଁ । ଆଉ ଏବେ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ଅମଙ୍ଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

​​​​​​​

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳର ବାସନ୍ତୀ ଦୁର୍ଗାପୂଜା କମିଟି, ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁଙ୍କୁ ଯାତ୍ରା କରିବାକୁ ୯ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରିଥିଲେ । ବାସନ୍ତୀ ଦୁର୍ଗାପୂଜାରେ ଆଶୋକ ସମ୍ରାଟ ଯାତ୍ରା କରିବାକୁ ଚୁକ୍ତି ହୋଇଥିଲା । ମାତ୍ର ପାର୍ଟି ନାଣ୍ଡୁ ବାବୁଙ୍କ ପାର୍ଟି ଯାତ୍ରା କରିବା ତ ଦୂରର କଥା ଅଗ୍ରୀମ ଟଙ୍କା ମଧ୍ୟ କମିଟିକୁ ଫେରାଇ ନଥିଲେ । ବାରମ୍ବାର କହିବା ପରେ ମଧ୍ୟ ଶୁଣୁନଥିଲେ ଅଶୋକ ସମ୍ରାଟର ମାଲିକ । ଟଙ୍କା ମାଗିଲେ ଅସଭ୍ୟ ଭାଷାରେ ଗାଳି କରୁଥିଲେ । ତେବେ ସୋମବାର ଧୂଷୁରୀ ଫତେପୁର ଗାଁରେ ଅଶୋକ ସମ୍ରାଟ ଯାତ୍ରା ପାର୍ଟି ଗାଡ଼ିକୁ ଅଟକାଇଛନ୍ତି ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ । ଏହା ସହିତ ଅଗ୍ରୀମ ଟଙ୍କା ଫେରସ୍ତ କରିବାକୁ ଗାଡ଼ି ସାମ୍ନାରେ ଧାରଣାରେ ବସିଛନ୍ତି । ଟଙ୍କା ନମିଳିବା ଯାଏ ହଟିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି । ସେପଟେ ଯାତ୍ରା ପାର୍ଟି ମାଲିକଙ୍କ ଏଯାଏଁ ପ୍ରତିକ୍ରିୟା ମିଳିପାରିନାହିଁ ।...

ଅଧିକ ପଢ଼ନ୍ତୁ :-ଏସ୍‌ସିବି ଟ୍ରଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ: ଟ୍ରମା ଆଇସିୟୁ କେମିତି ଲାଗିଲା ନିଆଁ ଚାଲିଛି ପଚରାଉଚରା

​​​​​​​