ଫିରୋଜାବାଦ, ୧୮/୦୭ : ହାତରୁ କୁଲଫି ଖସିଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସିଧା ଅଭିଯୋଗ। ଉତ୍ତର ପ୍ରଦେଶ ଫିରୋଜାବାଦର ଟୁଣ୍ଡଲାରୁ ଏଭଳି ଅଜବ ଗଜବ ଅଭିଯୋଗ ଆସିଛି। ଜଣେ ଯୁବକ କୁଲଫିର ଷ୍ଟିକ୍ ଛୋଟ ଥିବାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପୋର୍ଟାଲରେ ଅଭିଯୋଗ କରିଛନ୍ତି। ଦୋକାନୀ ଏବଂ ଦୋକାନରେ ନିୟୋଜିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଘଟଣାଟି ହେଉଛି ଉତ୍ତର ପ୍ରଦେଶ ଫିରୋଜାବାଦର ଟୁଣ୍ଡଲାର। ମରସେନା ନିବାସୀ ଧର୍ମବୀର ସିଂ ନାମକ ଜଣେ ଯୁବକ ସୁଭାଷ ଚୌରା ସ୍ଥିତ ବସଷ୍ଟାଣ୍ଡରେ ଥିବା ଏକ ଦୋକାନରୁ କୁଲଫି କିଣିଥିଲେ। ଖାଉ ଖାଉ କୁଲଫିଟି ତଳେ ପଡି ଯାଇଥିଲା। ଏହାପରେ ଧର୍ମବୀର ଦୋକାନୀଙ୍କୁ ଅଭିଯୋଗ କରିଥିଲେ। କୁଲଫି ଷ୍ଟିକ୍ ଛୋଟ ଥିବାରୁ ଏଭଳି ହୋଇଥିବା ଅଭିଯୋଗ କରିଥିଲେ। ଏହା ଶୁଣି ଦୋକାନରେ ଥିବା କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ନେଇ ଦୀର୍ଘ ସମୟ ଯାଏଁ ଯୁକ୍ତିତର୍କ ଚାଲିଲା। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପୋର୍ଟାଲରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଶୁଣାଣି କରି ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।..
ଆହୁରି ପଢନ୍ତୁ- ସଚ୍ଚୋଟତାକୁ ଛାଡିପାରିଲେନି ଡାକ୍ତର, ପ୍ରଡକ୍ଟ ପ୍ରମୋସନ୍ ପାଇଁ ୨୫ ଲକ୍ଷ ଟଙ୍କାର ଅଫରକୁ କଲେ ପ୍ରତ୍ୟାଖାନ
ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମରେ ସଫଳ ହେବେ ନା ବିଫଳ ?| ଭିଡିଓରେ ଦେଖନ୍ତୁ ଜାଣି ନିଅନ୍ତୁ..