ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତୁର୍କୀରେ ଭୟାବହ ଅଗ୍ନିକାଣ୍ଡ; ୬୬ ମୃତ, ୫୦ ରୁ ଅଧିକ ଆହତ

Published By : Anindita Ratha | January 22, 2025 8:17 AM

ନୂଆଦିଲ୍ଲୀ, ୨୨/୦୧: ତୁର୍କୀର ବୋଲୁ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ।  ଫଳରେ  ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ରିସର୍ଟରେ ନିଆଁ ଲାଗିଥିବା ବେଳେ କିଛି ଲୋକ ଭୟଭୀତ ହୋଇ ପ୍ରାଣ ବିକଳରେ ୧୧ ମହଲାରୁ ଡେଇଁପଡ଼ିଥିଲେ । ଏହାଯୋଗୁ କିଛି ଆହତ ହୋଇଥିବା ବେଳେ ଆଉ କିଛି ପ୍ରାଣ ହରାଇଛନ୍ତି । ନିଆଁ ଲାଗିବା ପରେ ଦଳାଚକଟା ସ୍ଥିତି ଉପୁଜିଥିଲା ।  ତୁର୍କୀର ବୋଲୁ ପ୍ରଦେଶର କାର୍ତଲକାୟା ସ୍କି ରିସର୍ଟରେ ମଙ୍ଗଳବାର ଦିନ ଏହି ଅଘଟଣା ଘଟିଛି । 

ସୂଚନା ମୁତାବକ, ଗତକାଲି ସ୍ଥାନୀୟ ସମୟ ରାତି ୩ଟା ୩୦ରେ ହୋଟେଲରେ ନିଆଁ ଲାଗିଥିଲା । ଏହା ୧୧ଟି ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଜଣା ପଡ଼ିନାହିଁ । ତୁର୍କୀ ଗଣମାଧ୍ୟମ ଡେଲି ସବାହ ମୁତାବକ, କାର୍ତଲକାୟା ସ୍କି ରିସର୍ଟ ଏକ ଛୋଟ ପାହାଡ଼ ଉପରେ ରହିଛି । ଏହି କାରଣରୁ ଅଗ୍ନିକାଣ୍ଡ ବେଳେ ସେଠାରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚିବା କଷ୍ଟକର ହୋଇଥିଲା । ରିଲିଫ ସହାୟତା ବି ବିଳମ୍ବରେ ପହଞ୍ଚିଥିଲା । ବୋଲୁ ପ୍ରଦେଶର ଗଭର୍ଣ୍ଣର ଅବ୍‌ଦୁଲ ଅଜିଜ ଆୟଡିନ କହିଛନ୍ତି, ହୋଟେଲରେ ଅତିଥିମାନେ ରହୁଥିଲେ । ସେମାନଙ୍କୁ ଉଦ୍ଧାର ଲାଗି ୩୦ ଦମକଳ ଗାଡ଼ି ଓ ୨୮ ଆମ୍ବୁଲାନ୍ସ ପଠାଯାଇଥିଲା । ନିଆଁକୁ ଆୟତ୍ତ ନିମନ୍ତେ ୨୬୭ ଏମର୍ଜେନ୍ସି ୱାର୍କରଙ୍କୁ ମୁତୟନ କରାଯାଇଥିଲା । ତୁର୍କୀର ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । କାର୍ତଲକାୟା ଇସ୍ତାନବୁଲ ସହରଠାରୁ ପ୍ରାୟ ୩୦୦ କିଲୋମିଟର ପୂର୍ବରେ କୋରୋଗ୍‌ଲୁ ପାହାଡ଼ ଉପରେ ଏକ ଲୋକପ୍ରିୟ ସ୍କି ରିସର୍ଟ । ବର୍ତ୍ତମାନ ତୁର୍କୀରେ ସ୍କୁଲ ଛୁଟି ଚାଲିଥିବାରୁ ହୋଟେଲରେ ସ୍ୱାଭାବିକଠାରୁ ଅଧିକ ଭିଡ଼ ଥିଲା । ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ କହିଛନ୍ତି, ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କର ପରିଚୟ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ଦୋଷୀଙ୍କୁ ଦଣ୍ଡ ଦେବା ଲାଗି ଜରୁରି ପଦକ୍ଷେପ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.