ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦

Published By : Tapas Panda | October 16, 2024 6:24 PM

ନୂଆଦିଲ୍ଲୀ: ତୁର୍କୀରେ ପୁଣିଥରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ପୂର୍ବ ତୁର୍କୀ ଏବଂ ସିରିୟା ଭୂକମ୍ପ ଝଟ୍‌କାରେ ଥରି ଉଠିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି । ଏବେ ସୁଦ୍ଧା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ସ୍ଥାନୀୟ ସମୟାନୁସାରେ ସକାଳ ୧୦.୪୬ରେ ମଲତ୍ୟା ପ୍ରଦେଶର କାଲେରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନେଇ ସରକାରୀ ବିପର୍ଯ୍ୟୟ ପରିଚାଳନା ପ୍ରେସିଡେନ୍ସି (ଏଏଫଏଡି) ପକ୍ଷରୁ ସୂଚନା ଦିଆଯାଇଛି । 

ଭୂକମ୍ପର ପ୍ରଭାବ ଦିୟାରବାକିର, ଏଲାଜିକ୍‌, ଏର୍ଜିନକାନ ଏବଂ ଟନସେଲିରେ ପଡ଼ିଛି । ସେପଟେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ଦେଶରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଭୟରେ ଘର ବାହାରକୁ ଚାଲିଆସିଛନ୍ତି । ଅନେକ ଲୋକ ଏବେ ବି ଘର ଭିତରକୁ ଯିବାକୁ ପ୍ରସ୍ତୁତ ନଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାପଡ଼ିଛି । ଏଲାଜିକରେ ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଫେବୃଆରୀ ୨୦୨୩ରେ ଆସିଥିବା ଭୟଙ୍କର ଭୂମିକମ୍ପ ଏବଂ ପରବର୍ତ୍ତୀ ଝଟକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ୧୧ଟି ପ୍ରଦେଶ ମଧ୍ୟରେ   ମଲତ୍ୟା ଥିଲା । ଗତବର୍ଷ ତୁର୍କୀ ଏବଂ ସିରିୟାକୁ ଛାରଖାର କରିଦେଇଥିବା ଭୂମିକମ୍ପ ପ୍ରଭାବରେ ୫୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । 

୬ ଫେବୃଆରୀ ୨୦୨୩ । ତୁର୍କୀ ଏବଂ ସିରିୟାକୁ ଥରାଇ ଦେଇଥିଲା ଏକ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୭.୮ । ପରେ ପରେ ୭.୭ ତୀବ୍ରତାର ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୧୯୩୯ ପରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ସାମ୍ନା କରିଥିଲା ତୁର୍କୀ । ଏହା ପରେ ପ୍ରାୟ ୩୦ ହଜାର ପରବର୍ତ୍ତୀ ଝଟକାରେ ଥରିଥିଲା ତୁର୍କୀ ଏବଂ ସିରିୟା । ଘରଦ୍ବାର ସବୁ ମାଟିରେ ମିଶିଯାଇଥିଲା । ସିରିୟାରେ ୮୦୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୩ ହଜାରରୁ ଅଧିକ ପ୍ରାଣ ହରାଇଥିଲେ । ସେପଟେ ଆଜି ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ଗତବର୍ଷ ଅପେକ୍ଷା କମ୍‌ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.