ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଡିଏମକେ କିମ୍ବା ବିଜେପି ସହ ମେଣ୍ଟ କରିବନି ଟିଭିଏଫ, ସ୍ପଷ୍ଟ କଲେ ଦଳର ପ୍ରତିଷ୍ଠାତା ବିଜୟ

Published By : Tapas Panda | August 21, 2025 7:35 PM

Image Courtesy: moneycontrol

ନୂଆଦିଲ୍ଲୀ: ଅଭିନେତା ବିଜୟଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବ । ମଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ସମୟରେ ବିଜୟ କହିଛନ୍ତି ଯେ, ତାଙ୍କ ଦଳ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଏପରିକି ଟିଭିକେ ଶାସକ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । 

ବିଜୟ କହିଛନ୍ତି ଯେ, ଟିଭିକେ ସମ୍ପୂର୍ଣ୍ଣ ଏକାକୀ ନିର୍ବାଚନ ଲଢ଼ିବ । ବିଜୟ ବିଜେପିକୁ ଦଳର "ଏକମାତ୍ର ଆଦର୍ଶଗତ ବିରୋଧୀ" ଏବଂ ଡିଏମକେକୁ "ଏକମାତ୍ର ରାଜନୈତିକ ବିରୋଧୀ" ବୋଲି କହିଛନ୍ତି । ତାମିଲନାଡୁରେ ୨୦୨୬ ନିର୍ବାଚନ କେବଳ ଡିଏମକେ ଏବଂ ଟିଭିକେ ମଧ୍ୟରେ ହେବ ବୋଲି ସେ  ଦାବି କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ । ଏହି ସମୟରେ ବିଜୟ କୌଣସି ପ୍ରମୁଖ ଦଳ ସହିତ ମେଣ୍ଟ ନକରି ତାଙ୍କ ଦଳ ଏକାକୀ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସ୍ପଷ୍ଟ କରିଛନ୍ତି । ଆଜିର ଏହି ମେଗା କାର୍ଯ୍ୟକ୍ରମରେ ଥଲାପତି ବିଜୟଙ୍କ ହଜାର ହଜାର ପ୍ରଶଂସକ ଯୋଗ ଦେଇଥିଲେ । ଅଭିନେତା ବିଜୟ ନିଜର ରାଜନୈତିକ ଦଳ ଲଞ୍ଚ କରିବା ପାଖରୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଲୋକଙ୍କ ଗହଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି । ଆଜି ମଦୁରାଇରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡ଼ ଭୋଟ ରାଜନୀତିରେ ବିଜୟଙ୍କୁ କିଭଳି ସମର୍ଥନ କରିବ ତା ଉପରେ ସମସ୍ତଙ୍କ ନଜର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.