ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ପାକିସ୍ତାନ ହାଇ କମିଶନ କର୍ମଚାରୀଙ୍କ ଦୁଇ ସହଯୋଗୀ ହେଲେ ଗିରଫ; ଭାରତ ବିରୋଧରେ କରୁଥିଲେ ଗୁଇନ୍ଦାଗିରି

Published By : Bijay Swain | May 22, 2025 10:24 PM

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ହାଇ କମିଶନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମହମ୍ମଦ ମୁଜାମ୍ମିଲ ହୁସେନଙ୍କ ଦୁଇଜଣ ସହଯୋଗୀଙ୍କୁ ପାକିସ୍ତାନ ଭିସା ପ୍ରଦାନ କରିବା ନାମରେ ଅବୈଧ ଭାବେ ଅର୍ଥ ଆଦାୟ କରିବା ଓ ଭାରତ ବିରୋଧରେ ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସର ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ(ଏଟିଏସ) ଅଭିଯୁକ୍ତ ଦ୍ୱୟଙ୍କୁ ନିଜ ହେପାଜତକୁ ନେଇଛି। 

ସୂଚନା ଅନୁଯାୟୀ, ପାକିସ୍ତାନ ହାଇ କମିଶନରେ କାର୍ଯ୍ୟ କରୁଥିବା ମୁଜାମ୍ମିଲ ହୁସେନଙ୍କ ସହଯୋଗୀ ପାକିସ୍ତାନ ଭିସା ପାଇଁ ଆବେଦନକାରୀଙ୍କଠାରୁ ଅବୈଧ ଉପାୟରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହା ସହିତ ସେ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଏବଂ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ଶେୟାର କରୁଥିବା ନେଇ ସୂଚନା ମିଳିଥିଲା। ଅଭିୟୁକ୍ତ ଦ୍ୱୟଙ୍କ ନାମ ମହମ୍ମଦ ହାରୁନ ଓ ତୁଫେଲ ବୋଲି ଜଣାପଡିଛି। ପଞ୍ଜାବ ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ ହାରୁନ ପାକିସ୍ତାନ ହାଇ କମିଶନରେ ଦୀର୍ଘ ଦିନ ହେବ ଯାଆସ କରୁଥିଲା। ଏହାସହ ସେ ଭାରତ ବିରୋଧରେ ଏନେକ ଗୁପ୍ତ ତତ୍ୟ ପାକିସ୍ତାନ ହାଇ କମିଶନକୁ ଯୋଗାଇଥିବା ଜଣାପଡିଛି। ଅନ୍ୟପଟେ ତୁଫେଲ ମଧ୍ୟ ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅଭିଯୋଗରେ ବାରଣାସିରୁ ଗିରଫ କରାଯାଇଛି। ସେ ୬୦୦ରୁ ଅଧିକ ପାକିସ୍ତାନ ଅଧିକାରୀଙ୍କ ସହ ସମ୍ପର୍କ ରଖିବା ସହ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିଲା ବୋଲି ପ୍ରମାମ ରହିଚି। ସେ ରାଜଘାଟ, ନମୋଘାଟ, ଜ୍ଞାନବାପି, ରେଳବିଭାଗ ଓ ଲାଲାକିଲାର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଫଟୋ ପାକିସ୍ତାନକୁ ପଠାଇଥିବା ଜଣାପଡିଛି। 

ସେ ବାରାଣସୀରେ ଥିବା ପାକିସ୍ତାନୀ ହ୍ୱାଟସଆପ୍ ଗ୍ରୁପଗୁଡ଼ିକର ଲିଙ୍କ୍ ମଧ୍ୟ ସେୟାର କରିଥିଲେ ଯାହାଦ୍ୱାରା ଲୋକମାନେ ସିଧାସଳଖ ପାକିସ୍ତାନ ସହିତ ଯୋଡ଼ି ହୋଇପାରିବେ। ସେ ଯେଉଁ ପାକିସ୍ତାନୀ ନାଗରିକଙ୍କ ସହ ଯୋଗାଯୋଗରେ ଥିଲେ ସେମାନଙ୍କ ମଧ୍ୟରୁ ଜଣେ ନଫିସା ବୋଲି ଚିହ୍ନଟ ହୋଇଛନ୍ତି। ତେବେ ତାଙ୍କ ସ୍ୱାମୀ ପାକିସ୍ତାନୀ ସେନାରେ ଚାକିରି କରନ୍ତି ବୋଲି ଭାରତ ପାଖରେ ଗୁଇନ୍ଦା ସୂଚନା ରହିଛି।

ଏହି ଘଟଣା ପୂର୍ବରୁ ଭାରତ ପାକିସ୍ତାନ ହାଇ କମିଶନର ଜଣେ ଅଧିକାରୀଙ୍କୁ ‘ପର୍ସୋନା ନନ ଗ୍ରାଟା’ (ଅବାଞ୍ଛିତ ବ୍ୟକ୍ତି) ଘୋଷଣା କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ପାକିସ୍ତାନ ମଧ୍ୟ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନର ଜଣେ କର୍ମଚାରୀଙ୍କୁ ‘ପର୍ସୋନା ନନ ଗ୍ରାଟା’ ଘୋଷଣା କରିଥିଲା।

ଏହି ଘଟଣା ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ମଧ୍ୟରେ ଘଟିଛି। ଉକ୍ତ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହାର ଜବାବରେ ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରି ‘ଅପରେସନ ସିନ୍ଦୁର’ ଆରମ୍ଭ କରିଥିଲା।

ଏହି ଗିରଫଦାରୀ ଏବଂ ଅବୈଧ ଅର୍ଥ ଆଦାୟର ଅଭିଯୋଗ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଜଟିଳ କରିପାରେ। ଏନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ଅଧିକ ତଥ୍ୟ ପାଇଁ ପୁଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ବେଦନଶୀଳ ସୂଚନା ସଂଗ୍ରହ କରୁଛନ୍ତି ବୋଲି ସୂଚନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.