ଫିରିଙ୍ଗିଆ,୧୬/୧: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଲୁଇସିଂ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟ ହୋଇଥିବାବେଳେ ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଦିଲୀପ ବଗର୍ତି ବୋଲି ଜଣାପଡ଼ିଥିବାବେଳେ ତାଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କାଣିସେମେଲି ଗାଁର ଦିଲୀପ ବଗର୍ତ୍ତି ବୋଲି ଜଣାପଡ଼ିଛି ଓ ଗୁରୁତର ହୋଇଥିବା ବାଇକ୍ ଆରୋହୀ ଜଣଙ୍କ ଗୋଛାପଡ଼ା ଥାନା ବାଲାନ୍ଦାପଡ଼ାର ସାନୁ ସାହୁ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଶୁକ୍ରବାର ମାଧ୍ୟାହ୍ନ ସମୟରେ ମୃତ ଦିଲୀପ ବଗର୍ତ୍ତି ଲୁଇସିଂଠାରେ ଚାଲିଥିବା ମକର ଯାତ୍ରା ଦେଖି ନିଜ ବାଇକରେ ତାଙ୍କ ଗାଁକୁ ଫେରୁଥିବା ସମୟରେ ଯାତ୍ରା ପଡ଼ିଆ ସମ୍ମୁଖରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ। ପରେ ଯାତ୍ରା କମିଟି ସଦସ୍ୟଙ୍କ ସହ ସ୍ଥାନୀୟ ବିଜେପି ଯୁବ ନେତା ବାବୁଲା କହଁର ଉଭୟଙ୍କୁ ବାଲାନ୍ଦାପଡ଼ା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିବାବେଳେ ଦିଲୀପ ବଗର୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ ପ୍ରଧାନ ମେଡ଼ିକାଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ଶବକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
ସେପଟେ ଆହତ ବାଇକ ଆରୋହୀ ବର୍ତ୍ତମାନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଘଟଣାକୁ ନେଇ କେଶ ନଂ ୭/୨୬ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଅନନ୍ତ ପ୍ରଧାନ ।