ଗଞ୍ଜାମ, ୬।୮: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଷୋଳମାଇଲି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲରକୁ ଓଭର ଟେକ୍ କରିବା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣା ପରେ ଗୋଟିଏ ବାଇକ ଲୁହା ପଥର ବୋଝେଇ ଟ୍ରଲର ଚକା ତଳେ ପଶିଯିବାରୁ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ସମ୍ପର୍କରେ ବଡ଼ବାପା-ପୁତୁରା ବୋଲି ଜଣାପଡ଼ିଛି । ଉଭୟ ବେତାରସିଙ୍ଗି ଗାଁର ହୋଇଥିବା ବେଳେ ବଡ଼ବାପା ଖାଦାଳ ମହାରଣା, ପୁତୁରା ଶଶାଙ୍କ ମହାରଣା ।
ଅନ୍ୟ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ ଏବଂ ଗୁରୁତର ବ୍ୟକ୍ତିଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ ଓ ଟ୍ରଲର ସହ ଚାଳକଙ୍କୁ ପୁଲିସ ଅଟକ ରଖିଛି l