ଖଜୁରୀପଡ଼ା ୨୭/୦୫: ଖଜୁରୀପଡ଼ା ବ୍ଲକ ସୀମାନ୍ତରେ ଥିବା ମଲ୍କାନି ଘାଟି ବେଡ଼ଦା ପଦର ଛକରେ ମଙ୍ଗଳବାର ଦିନ ସନ୍ଧ୍ୟାବେଳେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ହେମନ୍ତ ଭୋଇ (୪୦)। ତେବେ ଗୁରୁତର ଥିବା ବ୍ୟକ୍ତିଙ୍କର ପରିଚୟ ମିଳି ପାରିନାହିଁ। ସୂଚନା ପ୍ରକାରେ ଖଲି ବେରେଣା ଗାଁର ହେମନ୍ତ ଭୋଇ ଛେଳି ଖୋଜିବାକୁ ଯାଇ ଘରକୁ ଟିଭିଏସ ଲୁନା ଗାଡ଼ିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଜୁରୀପଡ଼ା ମେଡିକାଲ ଏବଂ ପରେ ଫୁଲବାଣୀ ମେଡିକାଲରେ ନେଇ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ହେମନ୍ତ ଭୋଇଙ୍କୁ ମୃତ ଘୋଷଣା କରିଛନ୍ତି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...