ଭୁବନେଶ୍ୱର,୨୮/୫ : ଦୁଇ ସାଇବର ଠକ ଗିରଫ । ନକିଲ ଗେମ୍ ଆପ୍ ଖୋଲି ନିରୀହ ଯୁବକଯୁବତୀଙ୍କୁ ଠକୁଥିଲେ । ଗିରଫ ଅଭିଯୁକ୍ତ ଜଣେ ପଶ୍ଚିମବଙ୍ଗ ରାଇପୁରର ଓ ଅନ୍ୟ ଜଣେ ଭୁବନେଶ୍ୱରର ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି । 

ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ତିନି ବର୍ଷ ହେବ ଏହି ଠକ ଗ୍ୟାଙ୍ଗ ଯାଜପୁର କଳିଙ୍ଗନଗରର ଜଣେ ବ୍ୟକ୍ତିଙ୍କୁ ଠକି ଆସୁଥିଲେ । ପ୍ରାୟ ୧କୋଟି ୮ଲକ୍ଷ ଟଙ୍କା ଠକି ନେଇଯାଇଛନ୍ତି । ଏ ନେଇ ଗତ ଜାନୁଆରୀ ମାସରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହେବାରୁ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।