ବଲାଙ୍ଗୀର,୪।୨ ରେଳ ୱାଗନରୁ ଯୁଦ୍ଧାସ୍ତ୍ର ବୋମା ଜବତ ଘଟଣା । କାର୍ଯ୍ୟରେ ଅବହେଳା ଦର୍ଶାଇ  ଗୋଳାବାରୁଦ କାରଖାନାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଦୁଇ ଜଣ ହେଲେ ଜୁନିୟର ୱାକ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ ଓ ବୁଧ ବେହେରା ।  ଉଭୟ ଷ୍ଟୋର ରୁମ ଦାୟିତ୍ବରେ ରହିଥିଲେ  ।  ଗୋଳାବାରୁଦ କାରଖାନା ମୁଖ୍ୟ ମହାପ୍ରବନ୍ଧକ ୨ ଜଣଙ୍କୁ  ନିଲମ୍ବିତ କରିଛନ୍ତି ।

ମଙ୍ଗଳବାର ସକାଳେ ପ୍ରତିଦିନ ଭଳି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଇଥିଲା । ରବିବାର ଏକ ମାଲବାହୀ ଟ୍ରେନ୍ କଣ୍ଟାବାଞ୍ଜି ଷ୍ଟେସନକୁ ଆସିଥିବା ବେଳେ ଗୋଟିଏ ୱାଗନରେ ୧୨ଟି ଅଫୁଟା ବୋମା ଦେଖି ରେଳ ଅଧିକାରୀ ତାଜୁବ୍ ହୋଇଯାଇଥିଲେ। ଦେଖୁ ଦେଖୁ ଷ୍ଟେସନ୍‌ରେ ଆତଙ୍କ ଖେଳିଯାଇଥିଲା।  ପରେ ଏହାକୁ ଜବତ କରିଥିଲେ ରେଲଓ୍ବେ ଅଧିକାରୀ । ବୋମା ଜବତ ପରେ ଏହା କେଉଁଠୁ ଆସିଲା ଏବଂ କାହାର ସେ ନେଇ ତଦନ୍ତ ହୋଇଥିଲା।ଏହା ସଇଁନ୍ତଳା ବଡ଼ମାଲ ଗୋଳାବାରୁଦ କାରଖାନାର ବୋମା ବୋଲି  ତଦନ୍ତୁ ଜଣାପଡିବା ପରେ କଣ୍ଟାବାଞ୍ଜି ଷ୍ଟେସନ ରେଳ ଅଧିକାରୀଙ୍କୁ ଆଶ୍ବସ୍ତି ମିଳିଥିଲା। ପରେ ୧୨ ବୋମାକୁ ସଂପୃକ୍ତ କାରଖାନାକୁ ଫେରାଇ ଦିଆଯାଇଛି ।