ମାଲକାନଗିରି ୧୨/୦୬: ଛତିଶଗଡ଼ ସୁକ୍‌ମା ଜିଲ୍ଲା ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ହାର୍ଡକୋର ମାଓବାଦୀ । ନିହତ ମାଓବାଦୀ ହେଲେ ଏଲଓଏସ କମାଣ୍ଡର ବମନ ।  ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏନେଇ ସୁକ୍‌ମା ଏସ୍‌ପି କିରନ ଚୌହାନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୁକ୍‌ମା ଜିଲ୍ଲା କୁକାନାର  ଥାନା ପୁସଗୁନ୍ନା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ  ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନ୍‌କାଉଣ୍ଟରରେ ଜଣେ  ମହିଳା ନକ୍ସଲ ସମେତ ୨ ଜଣଙ୍କ  ମୃତ୍ୟୁ ଘଟିଛି । ନିହତ ମାଓବାଦୀ ହେଲେ ଏଲଓଏସ କମାଣ୍ଡର ବମନ ।  ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର  ଘୋଷଣା କରାଯାଇଥିଲା । ମହିଳା ନକ୍ସଲଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା  ଜାରି ରହିଥିବା  ପୁଲିସ କହିଛି। ଘଟଣାସ୍ଥଳରୁ ଗୋଟିଏ ଇନସାସ୍ ରାଇଫଲ୍, ଗୋଟିଏ ୧୨ ବୋର୍ ରାଇଫଲ୍ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ସୁକୁମା ଏସ୍‌ପି କିରନ ଚୌହାନ ସୂଚନା ଦେଇଛନ୍ତି ।