ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ଜେଡିୟୁରେ ବିବାଦ, ଇସ୍ତଫା ଦେଲେ ଦୁଇ ମୁସଲିମ୍ ନେତା

Published By : Prameya | April 4, 2025 10:57 AM

ନୂଆଦିଲ୍ଲୀ ୦୪/୦୪: ଲୋକସଭାରେ ୱାକଫ ସଂଶୋଧନ ବିଲ୍‌କୁ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ  ସମର୍ଥନ କରିବା ପରେ ତାକୁ ନେଇ ଦଳରେ ବିବାଦ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ଦୁଇଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ମହମ୍ମଦ କାସିମ ଅନସାରୀ ଓ ମହମ୍ମଦ ନୱାଜ ମଲିକ ।  ସେମାନେ ନିଜ ନିଜର ଇସ୍ତଫାପତ୍ର ନୀତୀଶଙ୍କ  ନିକଟକୁ ପଠାଇ ଦେଇଛନ୍ତି । 

ଅନ୍‌ସାରୀ ତାଙ୍କ  ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜେଡିୟୁ ଧର୍ମନିରପେକ୍ଷ ବିଚାରଧାରା ଓ ଭୋଟକୁ ସୁରକ୍ଷିତ ରଖେ ବୋଲି ତାଙ୍କ ଭଳି ଲକ୍ଷ ଲକ୍ଷ ମୁସଲିମ୍‌  ବିଶ୍ୱାସ କରିଆସୁଛନ୍ତି । କିନ୍ତୁ ୱାକଫ ବିଲ୍‌  ସପକ୍ଷରେ ଜେଡିୟୁ ଭୋଟ ଦେଇ ସେମାନଙ୍କ  ବିଶ୍ୱାସ ଭାଙ୍ଗି ଦେଇଛି । ଏହା ତାଙ୍କୁ ମଧ୍ୟ ଗଭୀର  ଅଘାତ ଦେଇଛି । ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ  ଲଲନ ସିଂହ ଲୋକସଭାରେ ବିଲ୍‌କୁ ଯେଭଳି ଦୃଢ଼  ସମର୍ଥନ କଲେ ତାହା ତାଙ୍କୁ ମର୍ମାହତ କରିଛି ।  

ୱାକଫ ବିଲ ଭାରତୀୟ ମୁସଲିମଙ୍କ ବିରୋଧୀ ।  ତେଣୁ ଏହାକୁ ସେ ଗ୍ରହଣ କରିପାରିବେ ନାହିଁ ।  ଅନେକ ଦିନ ଧରି ସେ ଦଳରେ ରହିଥିଲେ।  ହେଲେ ଦଳର ଏଭଳି ଆଭିମୁଖ୍ୟ ତାଙ୍କୁ ଆଘାତ  ଦେଇଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟତା ଓ  ଅନ୍ୟ ସବୁ ପଦ ପଦବିରୁ ଇସ୍ତଫା ଦେଉଛନ୍ତି ।  ସେହିଭଳି ମଲିକ ହେଉଛନ୍ତି ଜେଡିୟୁ ସଂଖ୍ୟାଲଘୁ  ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ । ସେ ନିୀତୀଶଙ୍କୁ  ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି ଯେ  ୱାକଫ ବିଲ୍‌ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର  ଉଲ୍ଲଂଘନ କରୁଛି । ବିଲ୍‌ ମାଧ୍ୟମରେ ମୁସଲିମଙ୍କୁ  ଅପମାନିତ କରାଯାଉଛି । ଆପଣ କିମ୍ବା ଆପଣଙ୍କ  ଦଳ ଏକଥା ଉଠାଉନାହିଁ ବୋଲି ସେ ଲେଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.