ଚିକିଟି, ୮।୨: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନାପୁର ଗ୍ରାମର ୨ ଜଣ ବ୍ୟକ୍ତିଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରବିବାର ଭୋର ସମୟରେ ଜଣେ ପାରାଲିସିସ୍ ରୋଗୀଙ୍କୁ ବିଶାଖାପାଟଣା ଚିକିତ୍ସା ପାଇଁ କାର୍ ଯୋଗେ ଗୋଟିଏ ପରିବାରର ୭ ଜଣ ଯାଉଥିଲେ । ଆନ୍ଧ୍ର ପ୍ରଦେଶ ଟେକ୍କାଲି ନିକଟସ୍ଥ ନନ୍ଦିଗ୍ରାମ ରାଜପଥ ନିକଟରେ ଏକ ଭ୍ୟାନ୍ କାରକୁ ଧକ୍କା ଦେଇଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବେ ୫ ଜଣ ଗୁରୁତର ହୋଇ ଟେକାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରିରଖିଛି ।
ଏହା ବି ପଢ଼ନ୍ତୁ... ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ୨ ଜଣ ହେଲେ ଭି. ମୋହିନୀ ଓ ଭି. ଡାଲୟା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରର ଆତ୍ମୀୟସଜନଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ।