କନ୍ଧମାଳ, ୮।୨: ସୋରଡ଼ା ଦାରିଙ୍ଗବାଡ଼ି ଜାତୀୟ ରାଜପଥ ପିପଳପଙ୍କା ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସୋରଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟ ମାହାସିଙ୍ଗି ଗ୍ରାମର ୪୫ ବର୍ଷୀୟ ମଦନ ସାହୁ । ଗୁରୁତର ବ୍ୟକ୍ତି ସେହି ଗ୍ରାମର ୩୫ ବର୍ଷୀୟ ସରୋଜ କୁମାର ପାତ୍ର । ଉଭୟେ ବାଇକରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଯାଇଥିଲେ । ଅପରାହ୍ନରେ ସୋରଡ଼ା ଦେଇ ଫେରୁଥିଲେ l
ଏହା ବି ପଢ଼ନ୍ତୁ... ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା, ପାଣିରୁ ଉଦ୍ଧାର ହେଲା ମୃତଦେହ
ଗୁରୁତର ମଦନଙ୍କ କହିବାନୁଯାୟୀ, ପିପଳପଙ୍କା ନିକଟରେ ବାଇକଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ପିଟି ହୋଇଯାଇଥିଲା l ଫଳରେ ମଦନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ଉଭୟଙ୍କୁ ଉଦ୍ଧାକକାରୀ ଟିମ୍ ଉଦ୍ଧାର କରି ସୋରଡ଼ା ଡାକ୍ତର ଖାନାରେ ପହଞ୍ଚାଇଥିଲେ l ଡାକ୍ତର ମଦନଙ୍କୁ ମୃତ ଘୋଷଣା କରିଥିଲେ l ଆହତ ସରୋଜଙ୍କ ଦୁଇ ଗୋଡ଼ରେ ଆଘାତ ଲାଗିଛି ।