ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଭାଗବତ ଏବଂ ଦୋଳଗୋବିନ୍ଦଙ୍କ ଜନ୍ମରେ ପଡ଼ୁଛି ଯୋଡ଼ା ଗ୍ରହଣ, ଗ୍ରାସିବେ ରାହୁ-କେତୁ, ପୃଥିବୀକୁ ଅଶୁଭ

Published By : Rasmita Pradhan | August 28, 2025 7:41 AM

ପୁରୀ, ୨୮/୦୮ : ପ୍ରକୃତି ଦେଲାଣି ସଙ୍କେତ । ମାଡ଼ି ଆସୁଛି ବଡ଼ ବିପଦ। ଭାଗବତ ଏବଂ ଦୋଳଗୋବିନ୍ଦଙ୍କ ଜନ୍ମରେ ପଡ଼ୁଛି ଯୋଡ଼ା ଗ୍ରହଣ । ଗ୍ରାସିବେ ରାହୁ-କେତୁ । ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପୃଥିବୀକୁ ଅଶୁଭ। କରାଳ ରୂପ ଦେଖିବ ଜୀବଜଗତ । ଏଥିରୁ କେବଳ ରକ୍ଷା କରିପାରିବେ ସୃଷ୍ଟି କର୍ତ୍ତା ଶୀହରି । ଗଜପତି ମହାରାଜାଙ୍କ ପାରମ୍ପରିକ ଜ୍ୟୋତିଷ ରାଜପଣ୍ଡିତ ଶିବ ନାରାୟଣ ମହାପାତ୍ରଙ୍କ ସତର୍କବାଣୀ। ଗ୍ରହଣ ନୀତି ଅନୁସାରେ ପାଳନ ହେଉ ମହାପ୍ରଭୁଙ୍କ ନୀତିକାନ୍ତି । ନୀତିରେ ବିଚ୍ୟୁତି ଘଟିଲେ କୋପ କରିବେ ଠାକୁର । ପ୍ରଜାଙ୍କୁ ଭୋଗିବାକୁ ପଡ଼ିବ ଯାବତୀୟ ପୀଡ଼ା।

ଏଥର ବଡ଼ ବଡ଼ ପର୍ବ ତଥା ଠାକୁରଙ୍କ ବିଶେଷ ଦିନରେ ଯୋଡ଼ା ଚନ୍ଦ୍ର ଗ୍ରହଣ ପଡ଼ୁଛି। ସେପ୍ଟେମ୍ବର ୭ ତାରିଖ ତଥା ଭାଗବତଙ୍କ ଜନ୍ମରେ ପ୍ରଥମ ଓ ଫାଲଗୁନ ମାସ ଦୋଳଗୋବିନ୍ଦଙ୍କ ଜନ୍ମ ଦୋଳ ପୂର୍ଣ୍ଣିମାରେ ଦ୍ଵିତୀୟ ଗ୍ରହଣ ଲାଗୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶେଷ ଦିନରେ ରାହୁ ଓ କେତୁ ଗ୍ରାସ କରିବେ। ଏଣୁ ଠାକୁରଙ୍କ ନୀତିକାନ୍ତି ପାଳନରେ ଗ୍ରହଣ ନୀତିକୁ ଚାହିଁ ପରିବର୍ତ୍ତନ ରହିବ। ଠାକୁରଙ୍କ ନୀତିରେ ବିଚ୍ୟୁତି ଘଟିଲେ ପ୍ରଜାଙ୍କୁ ଯାବତୀୟ ପୀଡ଼ା ଭୋଗିବାକୁ ହେବ। ସାମଗ୍ରିକ ଭାବେ କହିବାକୁ ଗଲେ ସାରା ଦେଶକୁ ବିପଦ ମାଡ଼ି ଆସିବ। ବାତ୍ୟା, ବନ୍ୟା, ଝଡ଼ ଓ ଭୂମିକମ୍ପ ଆଦି ପ୍ରାକୃତିକ ଦୁର୍ବିପାକ ଭୋଗିବାକୁ ପଡ଼ିବ। 

ଗଜପତି ମହାରାଜଙ୍କ ରାଜପଣ୍ଡିତ କହିଛନ୍ତି, ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଏହା ଖଣ୍ଡ ଗ୍ରାସ ହେଲେ ମଧ୍ୟ ବହୁତ ସମୟ ଧରି ଅର୍ଥାତ୍‌ ସାଢ଼େ ୩ ଘଣ୍ଟା ଯାଏ ସାରା ଭାରତ ବର୍ଷ ଉପରେ ପ୍ରଭାବ ରହୁଛି। ଭାରତୀୟ ସମୟ ରାତି ୯ଟା ୫୭ରେ ଗ୍ରହଣ ସ୍ପର୍ଶ ହେବ। ବିଳମ୍ବିତ ରାତି ୧ଟା ୨୭ରେ ସର୍ବମୋକ୍ଷ ହେବ। ଗ୍ରହଣ ସମୟ ଅନୁସାରେ ଦେବତା ନୀତି ସହ ପାକ ତ୍ୟାଗ ଆଦି ହେବ । ରବିବାର ତଥା ସୂର୍ଯ୍ୟଙ୍କ ବାରରେ ରାହୁ ନକ୍ଷେତ୍ର ରହିଲେ ତଥା ଚନ୍ଦ୍ର ଯୁକ୍ତ ହୋଇ କେତୁଙ୍କ ପ୍ରଭାବ ରହିବା ଦ୍ୱାରା ପୃଥିବୀ ପୃଷ୍ଠକୁ ଏହା ବିଶେଷ ଶୁଭଙ୍କର ନୁହେଁ । 

ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଶୁଭପ୍ରଦ ନୁହେଁ । ଅନ୍ୟ ସବୁ ରାଶି ପାଇଁ ଗ୍ରହଣ ଶୁଭାଶୁଭ ଦର୍ଶାଉଛି । ଏନେଇ ପ୍ରଜାଙ୍କୁ ପରାମର୍ଶ ରହିବ କି ସେମାନେ ଦିନ ୧୨ଟା ୫୭ ପୂର୍ବରୁ ଦେବତାଙ୍କ କାର୍ଯ୍ୟ, ଅନ୍ନ ଭକ୍ଷଣ ଆଦି କାର୍ଯ୍ୟ ସାରିବେ। ଆସନ୍ତା ମାର୍ଚ୍ଚ ୩ ତାରିଖ ଫାଲଗୁନ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଗ୍ରହଣ ରହିଛି। ଏହା ଅସ୍ତୁଉଦୟ ଗ୍ରହଣ ରହିଛି। ଯଥା ସୂର୍ଯ୍ୟ ଥାଇ ଏହି ଗ୍ରହଣ ଲାଗୁଥିବା ରାଜପଣ୍ଡିତ କହିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.