ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Indonesia: ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ସର୍ବ ସାଧାରଣରେ ପଡିଲା କୋରଡା ମାଡ; ଜାଣନ୍ତୁ କଣ ରହିଛି ପୁରା ଘଟଣା...

Published By : Bijay Swain | February 27, 2025 6:47 PM

Image courtesy: indiatoday

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ସର୍ବ ସାଧାରଣରେ କୋରଡା ମାଡ। ଆଜ୍ଞା ହଁ ଆପଣଙ୍କୁ ତାଜୁବ ଲାଗୁଥିଲେ ବି ଘଟଣାଟି ସତ। ଭାରତର ପଡୋଶୀ ଦେଶ ଇଣ୍ଡୋନେସିଆରେ କିଛି ଏହିଭଳି ଘଟଣା ଘଟିଛି। ଯେଉଁଠି ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ଦୁଇ ଯୁବକଙ୍କୁ ସର୍ବସାଧାରଣ ଯାଗାରେ ଠିଆ କରି କୋରଡା ମାଡ କରାଯାଇଛି। ଗୁରୁବାର ଉଭୟ ଯୁବକ ନିଜ ଦୋଷ ସ୍ୱୀକାର କରିବା ପରେ କୋର୍ଟ ଇସଲାମିକ ନିୟମାନୁଯାୟୀ ଏହି ଦଣ୍ଡ ବିଧାନ ଘୋଷଣା କରିଥିଲ।

ଆପଣଙ୍କୁ ଜଣାଇରଖୁ ଯେ ଇଣ୍ଡୋନେସିଆରେ ସମଲିଙ୍ଗୀ ସମ୍ପର୍କ ରଖିବା ବେଆଇନ ନୁହେଁ। କିନ୍ତୁ ଏହି ଦେଶ ବିଶ୍ୱର ସର୍ବବୃହତ ମୁସଲିମ ବସବାସ କରୁଥିବା ଦେଶ ହୋଇଥିବାରୁ ଏହି ଦଣ୍ଡ ବିଧାନ ଶୁଣାଇଛି। ତେବେ ଇସ୍ଲାମିକ ଆଇନ ବିଧାନ ସରିୟା ଅନୁସାରେ ବିଚାରପତି ଉଭୟ ଯୁବକଙ୍କୁ ଏହି ଦଣ୍ଡ ବିଧାନ ପ୍ରଦାନ କରିଛନ୍ତି। 

ବାଣ୍ଡା ଆକେରରେ ଥିବା ପାର୍କରେ ଅପରାହ୍ନ ସମୟରେ ଉଭୟ ଯୁବକଙ୍କୁ ଦଣ୍ଡ ଦେବାପାଇଁ ଅଣାଯାଇଥିଲା। ସର୍ବସମ୍ମୁଖରେ ଉଭୟ ଯୁବକଙ୍କ ମଧ୍ୟରୁ ଜଣକୁ ୮୨ କୋଡା ମାଡ ପଡିଥିବା ବେଳେ ଜମଙ୍କୁ ୭୭ କୋଡା ମାଡ ପଡିଥିଲା। 

ସୂଚନା ମୁତାବକ, ଉଭୟ ଯୁବକ ବାଣ୍ଡା ଆକେରରେ ଥିବା ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ନିକଟରେ ଉଭୟ ଏକ ହୋଟେଲରେ ଏକା ସହିତ ଗୋଟିଏ ରୁମ ନେଇ ରହିଥିଲେ। ପ୍ରଥମିକ ସ୍ତରରେ ସ୍ଥାନିୟ ଲୋକମାନଙ୍କୁ ଏନେଇ ସନ୍ଦେହ ହେବାରୁ ସେମାନେ ଯୁବକଦ୍ୱୟ ରହୁଥିବା ରୁମରେ ଚଢଉ କରିଥିଲେ। ଓ ଉଭୟଙ୍କୁ ଅଂସଜତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଉଭୟଙ୍କୁ ସରିୟା ପୋଲିସ ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ଗିରଫ କରିଥିଲା। ଦେଶରେ ବଢୁଥିବା ଏଲଜିବିଟିକ୍ୟୁ ଚିନ୍ତାଧାରାକୁ ନଜରରେ ରଖି କୋର୍ଟ ଯୁବକଦ୍ୱୟଙ୍କୁ ଏହି ଶାସ୍ତି ପ୍ରଦାନ କରିଛନ୍ତି। 

ସେହିପରି ଅନ୍ୟ ଦୁଇଜଣ ଯୁବକଙ୍କୁ ମଧ୍ୟ ସମାନ ଜାଗାରେ କୋରଡା ମାଡ କରାଯାଇଛି। ଉକ୍ତ ଯୁବକଦ୍ୱୟଙ୍କ ନାମରେ ଅନଲାଇନ ଜୁଆ ଖେଳିବାର ଅଭିଯୋଗ ରହିଥିଲା। ଏହି ଅଭିଯୋଗ ପାଇଁ ଜଣେ ଯୁବକଙ୍କୁ ୩୪ କୋଡା ଓ ଅନ୍ୟ ଜଣେ ଯୁବକଙ୍କୁ ୮ କୋଡା ମାଡ ପଡିଥିଲା। ତେବେ କୈଣସି ଜରୁରିକାଳିନ ପରିସ୍ଥିତି ପାଇଁ ସମସ୍ତ ଯୁବକଙ୍କ ପାଇଁ ପାର୍କ ବାହାରେ ମେଡିକାଲ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥିଲା। 

୨୦୦୧ରେ ଇଣ୍ଡୋନେସିଆର ଏହି ଅଞ୍ଚଳରେ ଧାର୍ମିକ ନିୟମ ଅନୁସାରେ ଦଣ୍ଡ ବିଧାନ କରିବାର ପ୍ରାବଧାନ ମିଳିଥିଲା। ଆଉ ଏହାପରେ ଅନେକ ଜଣଙ୍କୁ ଇସ୍ଲାମିକ ସରିୟା ନିୟମାନୁସାରେ ଦଣ୍ଡିତ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.