ମାଲକାନଗିରି ୩୧/୦୩: ଡେଡ଼ ଲାଇନ ଶେଷ ଦିନରେ ପୁଣି ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ AK47 ବନ୍ଧୁକ ସହ ଦୁଇ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି। ତାଙ୍କ ନିକଟରୁ ବିପୁଳ ପରିମାଣ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ :-  ଚିନ୍ତା ବଢ଼ାଇଲା ଜଙ୍ଗଲ ନିଆଁ: ବନାଗ୍ନିରେ ଓଡ଼ିଶା ଦେଶରେ ପ୍ରଥମ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ସୂଚନା ଅନୁଯାୟୀ ବସ୍ତର ନକ୍ସଲ ମୁକ୍ତ ହେବାକୁ ଯାଉଛି । ଛତିଶଗଡ଼ର ୯୬% ଅଞ୍ଚଳ ଏବେ ନକ୍ସଲ ପ୍ରଭାବରୁ ମୁକ୍ତ । ୧୫୦୦ ରୁ ଅଧିକ ଗ୍ରାମ ପଞ୍ଚାୟତକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଛି। ନକ୍ସଲ ପ୍ରଭାବ କେବଳ ଦୁଇ କିମ୍ବା ତିନୋଟି ପଞ୍ଚାୟତରେ ସୀମିତ ରହିଛି। ପ୍ରମୁଖ ନକ୍ସଲ ନେତାମାନେ ଆତ୍ମସମର୍ପଣ କରିଛନ୍ତି, ଯାହା ଫଳରେ ସଂଗଠନ ନେତୃତ୍ୱହୀନ ହୋଇପଡ଼ିଛି। ଆବୁଝମାଡ଼ର କିଛି ଅଞ୍ଚଳରେ ଏବେ ବି ଛୋଟ ଛୋଟ ମାଓ ସଙ୍ଗଠନ ରହିଛି। ସରକାର ଦାବି କରୁଛନ୍ତି ଯେ ଦେଶ ନକ୍ସଲ ମୁକ୍ତ ଏବଂ ନକ୍ସଲ ସଂଗଠନର ଶୀର୍ଷ ନେତୃତ୍ୱ ପତନ ପାଇଛି।"ନକ୍ସଲ ମୁକ୍ତ" ଏବେ ବାସ୍ତବତାରେ ପରିଣତ ହେବାର ବହୁତ ନିକଟତର ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।