ରାଇରଙ୍ଗପୁର,୫।୮ : ପୃଥକ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ବୃଦ୍ଧ ରହିଛନ୍ତି। ମୃତକମାନେ ହେଲେ ମୟୂରଭଂଜ ଜିଲ୍ଲାର ଗୋରୁମହିଷଣୀ ଥାନା କୁକୁଡ଼ିମୁଣ୍ଡି ଗ୍ରାମର ଗମିଆ ମୁଣ୍ଡା ଓ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୂମ ଜିଲ୍ଲା ମାଂଝାରି ଥାନା ପାଗର କାଟା ବରାଲ ଗୋଡା ଗ୍ରାମର ବାମାଇ ବିରୁଆ।
ମୟୂରଭଂଜ ଜିଲ୍ଲାର ଗୋରୁମହିଷଣୀ ଥାନା କୁକୁଡ଼ିମୁଣ୍ଡି ଗ୍ରାମର ଗମିଆ ମୁଣ୍ଡା ନିଜ ଘରେ ଗତ ରାତ୍ରୀରେ ଖାଇ ପିଇ ଶୋଇ ଥିବା ବେଳେ ଏକ ଚିତି ସାପ କାମୁଡି ଥିଲା। ସାପ କାମଡାରେ ଆଘାତ ପାଇ ଗମିଆର ନିଦ ଭାଙ୍ଗି ଯିବାରୁ ପାଟି କରିଥିଲା। ପରିବାର ଲୋକ ପାଟି ଶୁଣି ନିଦରୁ ଉଠି ସାପକୁ ଦେଖି ଥିଲେ। ସାପ କାମୁଡି ଥିବା କଥା ଶୁଣି ସାପକୁ ଧରି ଝୁଡ଼ିରେ ଘୋଡାଇ ଦେଇଥିଲେ। ପରେ ଗମିଆକୁ ଡାକ୍ତର ଖାନା ଆଣିଥିଲେ । ଚିକିତ୍ସା ଅବସ୍ଥାରେ ମୃତୁ ଘଟିଥିଲା। ଖବର ପାଇ ଗୋରୁମହଷାଣୀ ଥାନା ପୁଲିସ ଡାକ୍ତଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପଡୋଶୀ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୂମ ଜିଲ୍ଲା ମାଂଝାରି ଥାନା ପାଗର କାଟା ବରାଲ ଗୋଡା ଗ୍ରାମରେ ପାଲେ ସିଙ୍କୁର ସ୍ତ୍ରୀ ବାମାଇ ବିରୁଆ ଗତ ରାତ୍ରିରେ ଶୋଇ ଥିବା ବେଳେ ତାକୁ ମଧ୍ୟ ଏକ ବିଷାକ୍ତ ସାପ କାମୁଡି ଥିଲେ। ପରିବାର ଲୋକ ଜାଣିବା ପରେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ଆଣି ଥିଲେ। ଚିକିତ୍ସିତ ଅବସ୍ଥାରେ ଡାକ୍ତଖାନାରେ ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୁଲିସ ଆସି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।