ଚାନ୍ଦବାଲି,୧୮/୧୨:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକମାନେ ଦୋସିଙ୍ଗା ପଞ୍ଚାୟତ ପ୍ରଦ୍ୟୁତନଗରର ନିରଞ୍ଜନ ଜେନାଙ୍କ ପୁଅ ରାକେଶ ଜେନା ଏବଂ ଅନ୍ୟଜଣେ ମଧୁସୂଦନ ଜେନାଙ୍କ ପୁଅ ମାନସ ଜେନା। ମୃତ ଦୁଇଜଣ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଧାମରା ପୋର୍ଟ ରୋଡ଼ ଗୁଆଁଳଠାରେ ଦୁର୍ଘଟଣାର ଶୀକାର ହୋଇ ଦୁଇ ଯୁବକ ପଡ଼ିଥିଲେ । ସ୍ଥାନୀୟ କିଛି ଯୁବକଙ୍କ ନଜରରେ ପଡ଼ିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ ଧାମରା ଥାନା ଏବଂ ଧାମରା ସାମୁଦ୍ରିକ ଥାନାର ଗାଡ଼ି ଯାଉଥିବା ବେଳେ ସ୍ଥାନୀୟ ଯୁବକ ପୁଲିସ୍ କର୍ମଚାରୀଙ୍କ ସହାୟତରେ ଚାନ୍ଦବାଲି ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଯୁବକ ଦୁଇଜଣ ଚାନ୍ଦବାଲିରୁ ଦୋସିଙ୍ଗା ଅଭିମୁଖେ ଏକ ବାଇକ୍ ଯୋଗେ ଯାଉଥିବାର ସୂଚନା ରହିଛି ।