ଧରାକୋଟ, ୨୧/୧୧ : ଗାଁ କୋଠ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖ ଦିନ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଟିର ଗୌଡ଼ଙ୍କ ପୁଅ ପଞ୍ଚାନନ ଗୌଡ଼ ଓରଫ ପଞ୍ଚୁ(୫୨)କୁ ଗ୍ରାମ ନିକଟ କାନ୍ଦୁଲ ଘାଇ ନିକଟରେ ଥିବା କୋଠ ଜମିରେ ହତ୍ୟା କରାଯାଇଥିଲା । ଏ ନେଇ ଧରାକୋଟ ଥାନାରେ ପଞ୍ଚୁଙ୍କ ସ୍ତ୍ରୀ ବୁଲି ଗୌଡ଼ ଏତଲା ଦେଇଥିଲେ।
ଏ ନେଇ ଧରାକୋଟ ଥାନାରେ କେଶ ନଂ ୩୫୭/୨୪ରେ ମାମଲା ରୁଜୁ ହୋଇଥିଲା । ଏତଲାରେ ସେହି ଗ୍ରାମର ତଳ ସାହିର ସନ୍ତୋଷ ଗୌଡ଼ ଓ ତାଙ୍କ ଦୁଇ ପୁଅ ଶିବ ପ୍ରସାଦ ଗୌଡ଼ ଓ ଶଙ୍କର୍ଷଣ ଗୌଡଙ୍କ ନାଁ ଉଲ୍ଲେଖ ରହିଥିଲା । ସେହି ଦିନଠାରୁ ଅଭିଯୁକ୍ତମାନେ ଫେରାର ରହିଥିବାବେଳେ ଏତଲାକୁ ଆଧାର କରି ଧରାକୋଟ ପୋଲିସ ତଦନ୍ତକୁ ଜୋରଦାର କରି ଏଥିରେ ସଂପୃକ୍ତ ଶଙ୍କର୍ଷଣ ଓ ଶିବ ପ୍ରସାଦକୁ ଦିଗପହଣ୍ଡି ନିକଟରୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରକାଶ କରିଛନ୍ତି ।