ଖୁଣ୍ଟା,୨୩,୧୧(ଆପ୍ର): ଖୁଣ୍ଟା ଥାନା ଅର୍ନ୍ତଗତ ତେରମାଇଲ ଛକ ନିକଟରେ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ସ୍କର୍ପିଓ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଖୁଣ୍ଟା ଥାନା ଅଧୀନ ଟାଙ୍ଗଣା ଗ୍ରାମର ସନ୍ୟାସୀ ସିଂ ଓ ମିଚୁ ସିଂ । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ବାରିପଦା ରୁ ଉଦଳା ଅଭିମୁଖେ ସାରସକଣା ବିଧାୟକ ଓ ତାଙ୍କ କର୍ମୀମାନେ ସ୍କର୍ପିଓରେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ତେରମାଇଲ ଛକ ନିକଟରେ ସ୍କର୍ପିଓ ଧକ୍କା ଦେଇଥିଲା। ପରେ ଗାଡ଼ି ଛାଡ଼ି ସମସ୍ତେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ଦୁଇ ଜଣ ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯା ବାରିପଦା ପି ଆର୍ ଏମ ମେଡିକାଲ କଲେଜକୁ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉଜେନା ଦେଖାଦେବା ସହିତ ବିଧାୟକଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।