ଗଜପତି. ୨୩।୩ : ବିଷାକ୍ତ  ଛତୁଆ ଖାଇ ଗୋଟିଏ ପରିବାରର ୨ ଭଉଣୀ ମୃତ। ମୃତକ ଦୁଇ ଭଉଣୀ ହେଲେ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩)। ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସେହିପରି ବାପା- ବଡଝିଅ ଗୁରୁତର ହୋଇଛନ୍ତି। ଗୁରୁତର ବାପା ଅର୍ଜୁନ ବଡମୁଣ୍ଡି ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ବାପା-ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। 

ଗଜପତି ଜିଲ୍ଲା ରାମଗିରିରେ ଅର୍ଜୁନ ବଡମୁଣ୍ଡିଙ୍କ ପରିବାର ଛତୁଆ ଖାଇଥିଲେ। ଛତୁଆ ଖାଇବା ପରେ ସମସ୍ତେ ଗୁରୁତର ହୋଇଥିଲେ। । ଖବର ପାଇ  ସ୍ଥାନୀୟ  ଆଶା ଦିଦି ଶାନ୍ତିଲତା ବଡମୁଣ୍ଡି ସେମାନଙ୍କୁ ଚିକି୍ସାଳୟ ରେ ଭର୍ତ୍ତି କରାଇଥିଲେ। ସମୃକ୍ତ ଆଶା ଦିଦି ହିଁ ଛତୁଆ ଖାଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି।