ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କୃମିନାଶକ ଔଷଧ ସେବନ କରି ଦୁଇ ଛାତ୍ରୀ ଅସୁସ୍ଥ

Published By : Suraj Kumar | February 10, 2025 7:10 PM

ମାଲକାନଗିରି, ୧୦/୨(ଆପ୍ର ) କୃମି ନାଶକ ଔଷଧ ସେବନ କରି ମାଲକାନଗିରି ଜିଲ୍ଲାର  ୨ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଜଣେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ। ଉଭୟ ଛାତ୍ରୀ  ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମାଲକାନଗିରି ବ୍ଲକସ୍ଥ  ଏମଭି ୯ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆ ଯାଇଥିଲା।  ଉକ୍ତ ବିଦ୍ୟାଳୟରେ ଅଧୟନ କରୁଥିବା ଷଷ୍ଠ ଶ୍ରେଣୀର ଛାତ୍ରୀ ଡଲି ରାୟ ଏହି କୃମି ନାଶକ ଔଷଧ ଖାଇବାର କିଛି ସମୟ ପରେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ବିଦ୍ୟାଳୟ ର ଶିକ୍ଷକ ମାନେ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇ ଚିକିତ୍ସା କରିଥିଲେ।  ଠିକ ସେହି ପରି ପଦ୍ମଗିରି ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ରୀ ଦଲେଶ୍ଵରୀ ଓଡି ମଧ୍ୟ କୃମି ନାଶକ ଔଷଧ ଖାଇ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

କୃମି ନାଶକ ଔଷଧ ଖାଇ ଦୁଇଜଣ ଛାତ୍ରୀ ଅସୁସ୍ଥ ହୋଇଛି ପଡିବା ଘଟଣା ସମ୍ପର୍କ ରେ ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସିଏଚ ଏମ ଜଗନ୍ନାଥ ରାଓଙ୍କୁ ପଚାରିବାରୁ ସେ କହିଥିଲେ କୃମି ନାଶକ ଔଷଧର କୌଣସି ପାର୍ଶ୍ୱପ୍ରତିକ୍ରିୟା ହେବାର ନାହିଁ।  ଏହି ଦୁଇ ଜଣଙ୍କୁ  ପୂର୍ବରୁ ଜ୍ଵର ହୋଇଥାଇପରେ କିମ୍ବା ସେମାନେ ଭୟରେ ଅସୁସ୍ଥ ହୋଇ ଥାଇପାରନ୍ତି।  ସେ ଦୁଇଜଣ ଏବେ ବିପଦ ମୁକ୍ତ। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି।

ଏସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଉମାପ୍ରଶାଦ ଦାଶ ଙ୍କୁ ପଚାରିବାରୁ ସେ କହିଥିଲେ ଆଜି ଠାରୁ ସମସ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ କୃମି ନାଶକ ଔଷଧ ସେବନ ନିମନ୍ତେ ବଣ୍ଟନ କରା ଯାଇଛି। ଏହି ଦୁଇଟି ପିଲା ସାମାନ୍ୟ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନେ ଏବେ ବିପଦ ମୁକ୍ତ ଅଛନ୍ତି। ଦୁଇଜଣ ପିଲା ଅସୁସ୍ଥ ହେବା ଦେଖି ଏହି ବିଦ୍ୟାଳୟର ଅନ୍ୟ କିଛି ପିଲା  ଭୟରେ ଔଷଧ ସେବନ କରିନଥିବାର ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.