ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ପ୍ରିମିୟମ୍ SUV ହାରିଅର୍ ଏବଂ ସଫାରୀର ନୂଆ ଲାଇନ୍ଅପ୍ ଲଞ୍ଚ୍ କରିଛି। ନୂଆ ଲାଇନଅପ୍ରେ ଦୁଇ SUVର ଆଡଭେଞ୍ଚର୍ X ଏବଂ ଆଡଭେଞ୍ଚର୍ X ପ୍ଲସ୍ ଭାରିଆଣ୍ଟ ଲଞ୍ଚ ହୋଇଛି। ଦୁଇ ଭାରିଆଣ୍ଟରେ ପୂର୍ବ ଅପେକ୍ଷା ଆହୁରି ଆକର୍ଷଣୀୟ ଫିଚର ରହିଥିବାବେଳେ ଏଥିରେ ଅଧିକ ନୂଆ ଫିଚର୍ସ ଦେଇଛି କମ୍ପାନି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ହାରିଅର ଏବଂ ସଫାରୀର ଆଡଭେଞ୍ଚର୍ X ଏବଂ ଆଡଭେଞ୍ଚର୍ X ପ୍ଲସ୍ ଭାରିଆଣ୍ଟର ଫିଚର୍ସ। ତା’ ସହ ଜାଣିବା କ’ଣ ରହିଛି ଏହାର ଦାମ୍ ?
ପ୍ରଥମେ ଜାଣିବା ଟାଟା ହାରିଅର ଆଡଭେଞ୍ଚର ଏକ୍ସ ବିଷୟରେ। ନୂଆ ଆଡଭେଞ୍ଚର ଏକ୍ସ ଭାରିଆଣ୍ଟ ହେଉଛି ଏକ ମିଡ୍ ରେଞ୍ଜ୍ ଏସୟୁଭି କାର୍। ତଥାପି କମ୍ପାନି ଏହି କାର୍ରେ ଅନେକ ପ୍ରିମିୟମ୍ ଫିଚର୍ସ ଦେଇଛି। କାରରେ ନୂଆ ସି-ୱିଡ୍ କଲର ଅପ୍ସନ ଦିଆଯାଇଛି। ଏହାକୁ ମିଶାଇ କାର୍ ସମୁଦାୟ ୬ଟି ରଙ୍ଗରେ ଉପଲବ୍ଧ ହେବ । SUVରେ ୧୭ ଇଞ୍ଚର ଆଲୟ ହ୍ବିଲ୍ ରହିଛି ଏବଂ ଇଣ୍ଟିରିୟରକୁ ଲେଦର ଅପ୍ହୋଲଷ୍ଟ୍ରି ଫିନିସ୍ ଦିଆଯାଇଛି। କାର୍ର କିଛି ଖାସ୍ ଫିଚର୍ସ ବିଷୟରେ କହିଲେ ଏଥିରେ ରହିଛି ୧୦.୨୫ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ୍ ଡ୍ରାଇଭର୍ ଡିସପ୍ଲେ, ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ୍ ଡ୍ରାଇଭର୍ ସିଟ୍, ତିନିଟି ଡ୍ରାଇଭ୍ ମୋଡ୍ ଭଳି ଅନେକ ଫିଚର୍ସ। ସେହିଭଳି ଟାଟା ହାରିଅର ଆଡଭେଞ୍ଚର ଏକ୍ସ ପ୍ଲସ୍ରେ ରହିଛି ଲେଭଲ୍ 2 ADAS, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ (ଅଟୋ ହୋଲ୍ଡ ସହିତ), 360-ଡିଗ୍ରୀ କ୍ୟାମେରା ଏବଂ ରିୟର ହ୍ବିଲ୍ ଡିସ୍କ ବ୍ରେକ୍ ଭଳି ଅନେକ ଫିଚର୍ସ। ଆଡଭେଞ୍ଚର ଏକ୍ସ, ଆଡଭେଞ୍ଚର ଭାରିଆଣ୍ଟ ଠାରୁ ୩୪,୦୦୦ ଟଙ୍କା ଅଧିକ।
ସେହିଭଳି ଟାଟା ସଫାରି ଆଡଭେଞ୍ଚର ଏକ୍ସ ପ୍ଲସ୍ ମଧ୍ୟ ଦିଆଯାଇଛି ଆକର୍ଷଣୀୟ ଫିଚର୍ସ। ସଫାରିର ଆଡଭେଞ୍ଚର ଏକ୍ସ ପ୍ଲସ୍ ଭାରିଆଣ୍ଟରେ ନୂଆ ସୁପରନୋଭା କପର ଫିନିଶ୍ ଏବଂ ଆଡଭେଞ୍ଚର ଓକ୍ ଇଣ୍ଟେରିୟର ଥିମ୍ ରହିଛି। ଏଥିରେ ୧୮-ଇଞ୍ଚ ଆଲୟ ହ୍ବିଲ୍, ଲେଭଲ୍ 2 ADAS ସିଷ୍ଟମ୍, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍, 360-ଡିଗ୍ରୀ କ୍ୟାମେରା, ଟ୍ରେଲ୍ ରେସପନ୍ସ ମୋଡ୍, ମେମୋରୀ ଫଙ୍କସନ୍ ସହ ଡ୍ରାଇଭର୍ ସିଟ୍, ୧୦.୨୫- ଇଞ୍ଚ ଟଚସ୍କ୍ରିନ୍ ଏବଂ ଡିଜିଟାଲ୍ ଇଣ୍ଡଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍।
ଟାଟା ହାରିଅର୍ ଏବଂ ସଫାରିର ଏହି ନୂତନ ଆଡଭେଞ୍ଚର ଏକ୍ସ ରେଞ୍ଜରେ ପୂର୍ବଭଳି 2.0-ଲିଟର ଡିଜେଲ ଇଞ୍ଜିନ୍ ରହିଛି। ଯାହା 168 bhp ପାୱାର ଏବଂ 350 Nm ଟର୍କ ଜେନେରେଟ୍ କରିଥାଏ। ଏହି ଇଞ୍ଜିନ୍ ସହିତ ୬-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଗିୟର ଅପ୍ସନ ମଧ୍ୟ ରହିଛି। ତେବେ ଟାଟା ହାରିଅର ଆଡଭେଞ୍ଚର ଏକ୍ସର ଦାମ୍ ୧୮.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ, ଆଡଭେଞ୍ଚର ଏକ୍ସ ପ୍ଲସ୍ର ଦାମ୍ ୧୯. ୩୪ ଲକ୍ଷ ଟଙ୍କା ରହିଛି। ସେହିଭଳି ସଫାରୀ ଆଡଭେଞ୍ଚର ଏକ୍ସର ଦାମ୍ ୧୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ସଫାରୀ ଆଡଭେଞ୍ଚର ଏକ୍ସ ପ୍ଲସ୍ର ଦାମ୍ ୨୩.୦୯ ଲକ୍ଷ ଟଙ୍କା ରଖାଯାଇଛି।