ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଭିଜିଲାନ୍ସ ଜାଲରେ ବୟନ ବିଭାଗର ଦୁଇ କର୍ମଚାରୀ

Published By : Prameya | December 20, 2024 6:48 PM

ବୌଦ୍ଧ, ୨୦/୧୨ : ବୌଦ୍ଧ ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ କର୍ମଚାରୀ । ବୟନ ଶିଳ୍ପ କାର୍ଯ୍ୟାଳୟର ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ । ଦୁଇ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ସାହୁ ଓ ଅଦିତ୍ କୁମାର ଦାସ । ଉଭୟ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ସୋସାଇଟିର ଫାଇଲ ପ୍ରକିୟାକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବୈଦ୍ୟନାଥପୁର ଗ୍ରାମର ପଞ୍ଚାନନ ମେହେର ତନ୍ତୁବାୟ ସହଯୋଗ ସମିତିର ଟଙ୍କା ଉଠାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ହସ୍ତଖତ ଆବଶ୍ୟକତା ଥିଲା । ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କା ଉଠାଣ ପାଇଁ ସବୁ କିଛି କାଗଜପତ୍ର କାମ ସରିବା ପରେ ବୟନ ବିଭାଗର ଦୁଇ ଇନ୍ସପେକ୍ଟର ସମିତିର ସମ୍ପାଦକ ପଞ୍ଚାନନ ମେହେରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । 

ଏ ସମ୍ପର୍କରେ ସମ୍ପୃକ୍ତ ସଂପାଦକ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଛପି ବସିଥିବାବେଳେ ଦୁଇ କର୍ମଚାରୀ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରି ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଦୁଇ କର୍ମଚାରୀ ହେଲେ କୃଷ୍ଣ ଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ବୌଦ୍ଧ ଭିଜିଲାନ୍ସ ଡିଏସପି ସୁରେଶ କହଁରଙ୍କ ନେତୃତ୍ୱରେ ଫୁଲବାଣୀ ଡିଏସପି ହେମନ୍ତ ମହାନ୍ତି, ସନ୍ତୋଷ ସାହୁ, ମନୋଜ ନାଏକ ତଥା ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଏହି ଚଢଉରେ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.