ରାୟଗଡା, ୧୫।୧୨ : ବାଘ ଛାଲ ବିକ୍ରି ପାଇଁ ଏକ ହୋଟେଲରେ ଡିଲ ଚାଲିଥିଲା ବେଳେ ବନବିଭାଗ ଭିଜିଲାନ୍ସ ଟିମ ଚଢାଉ କରିଥିଲା। ୨ଟି ବାଘ ଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡା ଜିଲ୍ଲା ଜିମିଳିପେଟା ପ୍ରେମନଗର ଅଞ୍ଚଳର ରେଡି କୌଶଲ୍ୟ ।
ରାୟଗଡା ଜିଲ୍ଲା ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ଲଜରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ କଟକ ବନବିଭାଗ( DCF) ଭିଜିଲାନ୍ସର ରଜନୀ କୁମାର ମହାନ୍ତି ଙ୍କ ସହିତ ଏକ ୮ଜଣିଆ ଟିମ ଏବଂ ରାୟଗଡା ଜିଲ୍ଲା ସଦର ରେଞ୍ଜର ୬ ଜଣିଆ ଟିମ ମିଳିତ ଭାବେ ଚଢାଉ କରିଥିଲେ। ସେଠାରୁ ରାୟଗଡା ଜିଲ୍ଲା ଜିମିଳିପେଟା ପ୍ରେମନଗର ଅଞ୍ଚଳର ରେଡି କୌଶଲ୍ୟକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଦୁଇଟି ବାଘ ଛାଲ ଟିମ ଜବତ କରିଛି ।