ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ

Published By : Harapriya Sethi | December 28, 2024 8:16 AM

କଳାହାଣ୍ଡି,୨୮/୧୨: ଚାଉଳ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଦୁର୍ଘାଟଣା ପରେ ଜଳିଗଲା ଦୁଇଟି ଟ୍ରକ୍‌ । ଜୀବନ୍ତ ଜଳିଗଲେ କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲ୍ପର । କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡି ଗାଁ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ପାସ୍ତିକୁଡି ଗାଁ ନିକଟର ଚାଉଳ ବୋଝେଇ ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଟ୍ରକ୍‌ ଦୁଇଟି ଜଳିବାକୁ ଲାଗିଥିଲା । ଗାଡ଼ିରେ ନିଆଁ ଲାଗିବା କାରଣରୁ କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଜଳି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରୁ ଉଦ୍ୟମ ଜାରି ରଖିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.