କଳାହାଣ୍ଡି,୨୮/୧୨: ଚାଉଳ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଦୁର୍ଘାଟଣା ପରେ ଜଳିଗଲା ଦୁଇଟି ଟ୍ରକ୍‌ । ଜୀବନ୍ତ ଜଳିଗଲେ କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲ୍ପର । କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡି ଗାଁ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ପାସ୍ତିକୁଡି ଗାଁ ନିକଟର ଚାଉଳ ବୋଝେଇ ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଟ୍ରକ୍‌ ଦୁଇଟି ଜଳିବାକୁ ଲାଗିଥିଲା । ଗାଡ଼ିରେ ନିଆଁ ଲାଗିବା କାରଣରୁ କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଜଳି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରୁ ଉଦ୍ୟମ ଜାରି ରଖିଛି ।