ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ବିଜାଘାଟିରେ ଦୁର୍ଘଟଣା ; ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଦୁଇ ଯୁବ ସାମ୍ବାଦିକ ଓ ସମାଜସେବୀ

Published By : Gurupada Nath | August 22, 2025 7:41 PM

ମାଲକାନଗିରି, ୨୨/୮ : ବିଜାଘାଟିରେ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଜନୈକ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରି ଜୀବନ ବଞ୍ଚାଇଛନ୍ତି ଦୁଇ ଯୁବ ସାମ୍ବାଦିକ ଓ ସମାଜସେବୀ। ଆଜି ଅପରାହ୍ନରେ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ବିଜାଘାଟିରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଆଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ । ତାଙ୍କ ନିକଟରେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇ ସାହାଯ୍ୟ ପାଇଁ କାନ୍ଦୁଥିଲେ । ଗୁରୁତର ଯୁବକଙ୍କ ଅବସ୍ଥା ସଙ୍କଟା ପନ୍ନ ଅବସ୍ଥା ଆଡ଼କୁ ଯାଉଥିବାର ଦେଖି ନିକଟରେ ଥିବା ଯୁବକଟି ରାସ୍ତାରେ ଠିଆ ହୋଇ ହସ୍ପିଟାଲ ନେବା ପାଇଁ ଆକୁଳ ନିବେଦନ କରୁଥିଲେ । 

ଏହି ସମୟରେ ମାଲକାନଗିରିର ଦୁଇ ଯୁବ ସାମ୍ବାଦିକ ଜାନକି ପଟ୍ଟନାୟକ, ଚକ୍ରଧର ପଟ୍ଟନାୟକ ଓ ସମାଜସେବୀ ନାଗେଶ୍ୱର ପଟ୍ଟନାୟକ ଗଙ୍ଗଲାରୁ ମାଲକାନଗିରିକୁ ଫେରୁଥିଲେ। ଜଣେ ଦୁର୍ଘଟଣା ଗସ୍ତ ହୋଇ ଗୁରୁତର ଆହତ ହୋଇ ଆଚେତ ଅବସ୍ଥାରେ ରାସ୍ତା କଡ଼ ରେ ପଡ଼ିଥିବା ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ। ଆହତ ବ୍ୟକ୍ତିଙ୍କ ମୁଣ୍ଡ ମୁହଁ ଛାତିରେ ଆଘାତ ଲାଗି ଥିବାରୁ ତାଙ୍କର ଚେତା ନ ଥିଲା । ପରେ ଯୁବ ସାମ୍ବାଦିକ ଜାନକି ପଟ୍ଟନାୟକ ଆହତ ଯୁବକଙ୍କୁ ସିପିଆର ଦେଇ ପ୍ରାଥମିକ ଚିକିତ୍ସା କରିବାରୁ ଯୁବକଙ୍କର ଟିକିଏ ଚେତା ଆସିବାରୁ ସଙ୍ଗେ ସଙ୍ଗେ ନିଜ କାରରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ହସ୍ପିଟାଲରେ ଡାକ୍ତରମାନେ ଯୁବକଙ୍କର ଚିକିତ୍ସା ଆରମ୍ଭ କରିଦେଇଥିଲେ । 

ଦୁର୍ଘଟଣା ଗସ୍ତ ଯୁବକ ରଞ୍ଜନ କୁମାର ପରିଚ୍ଛା ହୋଇଥିବାବେଳେ ସେ ପୁଲିସ ବିଭାଗରେ କାମ କରୁଥିବାର ଜଣା ପଡିଛି । ସେ ଓ ଅନ୍ୟ ଜଣେ ଯୁବକ ମାଥିଲିରୁ କାମ ସାରି ମାଲକାନଗିରିକୁ ଫେରୁଥିବାବେଳେ ପାଣ୍ଡ୍ରିପାଣି ପଞ୍ଚାୟତ ନିକଟ ବିଜାଘାଟି ନିକଟରେ ବୁଲାଣି ରାସ୍ତାରେ ଯାଉଥିବାବେଳେ ହଠାତ ଏକ ବସ ଓଭର ଟେକ କରିବାରୁ ବାଇକଟି ଭାରସାମ୍ୟ ହରାଇ ଘାଟିରେ ପଡ଼ିଯାଇଥିଲା । ଫଳରେ ରଞ୍ଜନ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.