ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ତେଲଙ୍ଗାନା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା, ଦୁଇ ଯୁବକ ନିଖୋଜ

Published By : Suraj Kumar | July 2, 2025 11:04 PM

ନବରଙ୍ଗପୁର,୨।୭(ଆପ୍ର) : ତେଲଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ କେମିକାଲ ଫ୍ୟାକ୍ସିର ରିଆକ୍ଟର ୟୁନିଟ୍‌ରେ ଘଟିଥିବା ବିସ୍ଫୋରଣରେ ୪୪ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିବା ନବରଙ୍ଗପୁର ଜିଲ୍ଳାର ଝରିଗାଁ ବ୍ଳକର  ୨ ଜଣ ଯୁବକ ନିଖୋଜ ହୋଇଛନ୍ତି। କୋଦଭଟ୍ଟା ଗାଁର ଦୁଇଜଣ ଶ୍ରମିକ  ହେଲେ ରମେଶ ଗୌଡ ଓ ଚଇତୁ ଭତ୍ରା। 

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଞ୍ଚଳର ଅନେକ ଶ୍ରମିକ ସେଠାକୁ କାମ କରିବାକୁ ଯାଇଥିଲେ। ସେଥ୍ ମଧ୍ୟରୁ କୋଦଭଟ୍ଟା ଗାଁର ଦୁଇଜଣ ଶ୍ରମିକ ରମେଶ ଗୌଡ ଓ ଚଇତୁ ଭତ୍ରା ଯାଇଥିଲେ। ଏମାନଙ୍କ କୌଣସି ଖୋଜ ଖବର ମିଳୁନଥିବା ବେଳେ ସେମାନଙ୍କ ସଂପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ଡିଏନଏ ପରୀକ୍ଷା ପାଇଁ ନମୁନା ଦେଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ଜିଲ୍ଲାଶ୍ରମ ଅଧିକାରୀ ଛୋଟରାୟ ଟୁଡ଼ୁଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିବା ବେଳେ ଶ୍ରୀ ଟୁଡୁ ଫୋନ୍‌ ଉଠାଇ ନ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.