ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଆମ୍ବୁଲାନ୍ସରେ ଗାଁରେ ପହଁଞ୍ଚିଲା ମୃତ ଶରୀର; ଶୋକାକୁଳ ପରିବେଶ ମଧ୍ୟରେ ଦୁଇ ଯୁବକଙ୍କ ଶବ ସଂସ୍କାର,ହତ୍ୟାକାରୀ ଭିଣୋଇ ଗିରଫ

Published By : Bijay Swain | May 13, 2025 9:43 PM


ମାଲକାନଗିରି/ଚିତ୍ରକୋଣ୍ଡା, ୧୩/୫(ଆପ୍ର): ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ସିଲେରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଦୁଇ ଭାଇଙ୍କ ମୃତ ଶରୀର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ଦୋରାଗୁଡା ପଞ୍ଚାୟତ କପାଗୁଡା ଗ୍ରାମରେ ପହଁଚିବା ପରେ ଆଜି ରାତ୍ରରେ ଶୋକାକୁଳ ପରିବେଶ ମଧ୍ୟ ରେ ଦୁଇ ଭାଇଙ୍କ ଶବ ସଂସ୍କାର କରାଯାଇଛି।ମଦ ନିଶା ନେଲା ଜୀବନ। ଭିଣୋଇର ଟେଣ୍ଟା ଭୁଷାରେ ଦୁଇ ଶଳାଙ୍କର ଗଲା ପ୍ରାଣ। ଅନ୍ୟ ଜଣେ ଶଳା ଗୁରୁତର ଭାବେ ଆହତ ହୋଇ ବିଶାଖାପାଟଣା ହସ୍ପିଟାଲରେ ବଞ୍ଚିବା ପାଇଁ ସଂଘର୍ଷ ଚଲାଇଥିବାବେଳେ ହତ୍ୟାକାରୀ ଭିଣୋଇକୁ ସିଲେରୁ ଥାନା ପୁଲିସ ଆଜି ଗିରଫ କରିଥିବାର ଜଣା ପଡିଛି। 

ଘଟଣା ରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗ୍ରାମର ପତି ଖେମୁଡୁଙ୍କ ପୁଅ ରାଜୁ ଖେମୁଡୂ, କ୍ରିଷ୍ଣା ଖେମୁଡୁ ଓ ଠକ ଖେମୁଡୁଙ୍କ ପୁଅ ରାଜୁ (୨୬) ରବିବାର ଦିନ ନିଜ ଭଉଣୀ ଘର ଆନ୍ଦ୍ର ପ୍ରଦେଶ ସିଲେରୁକୁ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ  ଯାଇଥିଲେ। ରାତ୍ରରେ ସମସ୍ତେ ମଦ୍ୟପାନ ପରେ ଖାଉଥିବା ବେଳେ ଭିଣେଇ ଘେନୁ ହନ୍ତାଳ ଓ ତିନି ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତି ତର୍କକୁ ନେଇ ଭିଣେଇ ଘେନୁ ହନ୍ତାଲ ଉତ୍ୟକ୍ତ ହୋଇ ରାତିରେ ଖାଉଥିବା ସମୟରେ ତିନି ଶଳାଙ୍କ ଉପରେ ଆକ୍ରମଣ କରିଥିଲା। ଯାହାଫଳରେ ଦୁଇ ଶଳା କ୍ରୀଷ୍ଣା ଖେମୁଡୁ (ଯିଏ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀରେ ରୁହେ )ଓ ରାଜୁ ଖେମୁଡୁ(ଯିଏ ଚିତ୍ରକୋଣ୍ଡା କୁପାଗୁଡ଼ା ଗ୍ରାମରେ ରୁହେ) ଏହି ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ,ରାଜୁ ଖେମୁଡୁ(୨୬)  (ଯିଏ ସିଲେରୁ ରେ ରହୁଥିଲା) ଗୁରୁତର ଆହତ ହୋଇ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି। 

ସିଲେରୁ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଆଜି ଆନ୍ଧ୍ରପ୍ରଦେଶ ଚିନ୍ତେରୁ ହସ୍ପିଟାଲରେ ଶବ ବ୍ୟବଛେଦ ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତ ଦୁଇ ଭାଇଙ୍କ ପରିବାରଙ୍କ ନିଜ ଗାଁ କପାଗୁଡାକୁ ପଠାଇଛନ୍ତି।ସିଲେରୁ ଥାନା ପୁଲିସ ହତ୍ୟାକାରି ଭିଣୋଇକୁ ଗିରଫ କରି ଥାନାକୁ ନେଇ ଥିବାର ଜଣାପଡିଛି।ମୃତ ଶରୀର ଗାଁରେ ପହଁଚିବା ପରେ କୁପାଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି ମୃତୁ ରାଜୁ ଖେମୁଡୁଙ୍କ ସ୍ତ୍ରୀ ପାନମତି, ଝିଅ ମାହେଶ୍ୱରୀ(୧୩) ବର୍ଷ, ପୁଅ ମହେଶ(୮) ମିନାକ୍ଷୀ(), ଚାନ୍ଦୁ(୨)ଅଛନ୍ତି। 

ମୃତ କୁଞ୍ଜ ଖେମୂଡୁଙ୍କ ସ୍ତ୍ରୀ ପୁନିମା ଖେମୁଡୁ ପୁଅ ରାଜା(୨୦)ଅଛନ୍ତି। ଗତ କିଛି ବର୍ଷ ପୂର୍ବରୁ ଏମାନଙ୍କ ଭଉଣୀ ମନିଙ୍କୁ ଆନ୍ଧ୍ରପ୍ରଦେଶ ସିଲେରୁରେ ରହୁଥିବା ଘେନୁ ହାନ୍ତାଳଙ୍କୁ ବିବାହ ଦେଇଥିଲେ। ସ୍ୱାମୀ ମିନିଙ୍କୁ ମାର ପିଟିପିଟି କରୁଥିବାରୁ ଭାଇ ମାନେ ତାଗିଦ୍ ମଧ୍ୟ କରୁଥିଲେ। ହୁଏତ ସେହି କଥାକୁ ନେଇ ଶଳା ଭିଣୋଇଙ୍କ ମଧ୍ୟରେ କଥା କଟାକଟି ସାଙ୍ଗକୁ ପାଟିତୁଣ୍ଡ ଲାଗିଥିଲେ।ଏଥିରେ ଭିଣୋଇ ଉତ୍ୟକ୍ତ ହୋଇ ଶଳାମାନଙ୍କୁ ଆକ୍ରମଣ କରିଥିବାର ସନ୍ଦେହ କରାଯାଉଥିବା ବେଳେ ହତ୍ୟାର ପ୍ରକୃତ ଘଟଣା ଏବେବି ଜଣା ପଡିନାହିଁ।ପୁଲିସ ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.