ବାଲିଶଙ୍କରା, ୩୦/୭ (ଆପ୍ର): ଘୋଘର ପର୍ଯ୍ୟଟନ ସ୍ଥଳୀ କୋଣା କୁଣ୍ଡ ନିକଟ ଇବ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ଯୁବକମାନେ ହେଲେ ଗୋବିନ୍ଦପୁର ଗ୍ରାମର ରୋଶନ ପାଶୱାନ ଓ ଆକାଶ ସାହୁ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜୟ ନାରାୟଣ ପାତ୍ର , ରୋଶନ ପାସୱାନ ଓ ଆକାଶ ସାହୁ ଘୋଘର୍ ପର୍ଯ୍ୟଟନ ସ୍ଥଳୀ ଦର୍ଶନ ପାଇଁ ଆସିଥିଲେ। ତଳସରା ଥାନା ଅନ୍ତର୍ଗତ ବାଳିଶଙ୍କରା ପଞ୍ଚାୟତର ଘୋଘର ପର୍ଯ୍ୟଟନ ସ୍ଥଳୀ କୋଣା କୁଣ୍ଡ ନିକଟ ଇବ ନଦୀରେ ସେମାନେ ଗାଧୋଉଥିଲେ। ଏହି ସମୟରେ ରୋଶନ ଓ ଆକାଶ ନଦୀରେ ଭାସି ଯାଇଥିଲେ। ଖବର ପାଇ ବାଳିଷଙ୍କରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।