ଭୁବନେଶ୍ବର,୨/୧ : ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ତଳ ସାହିରେ ଗୋଷ୍ଠୀ ସଂଘର୍ଷ। ତଳ ସାହିର ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ। ଦୁଇ ଯୁବକଙ୍କୁ ୧୫ଜଣ ଦୁର୍ବୃତ୍ତ କଲେ ଆକ୍ରମଣ। ମାଉଜର ଦେଖାଇ ଡରାଇବା ସହ ଖଣ୍ଡା, ରଡ୍ ଏବଂ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ । ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଅନୁମାନ କରାଯାଉଛି ।
ଆକ୍ରମଣରେ ଗୁରୁତର ଦୁଇ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଲକ୍ଷ୍ମିସାଗର ଥାନା ପୁଲିସ ତନାଘନା ଜାରି ରଖିଛି । ଏହି ଘଟଣାକୁ ନେଇ ତଳ ସାହିରେ ଚାପା ଉତ୍ତେଜନା ଦେଖା ଦେଇଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ପୂର୍ବ ଶତ୍ରୁତାକୁ ନେଇ ନୟାପଲ୍ଲୀ ୟୁନିଟ୍୮ ଅଞ୍ଚଳର ବବଲୁଙ୍କ ମୃତ୍ୟକୁ ୨୪ଘଣ୍ଟା ନ ପୂରୁଣୁ ଆଜି ପୁଣି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଚିନ୍ତାମଣିଶ୍ୱର ପୋଖରୀ ଶୌଚାଳୟ ପାଖରେ ଦୁଇ ଜଣ ଯୁବକଙ୍କୁ ପାଖାପାଖି ୧୫ଜଣ ଯୁବକମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କିଛି ଯୁବକ ଶୌଚାଳୟ ପାଖ ଛକରେ ବସିଥିବାବେଳେ ଆହତ ହୋଇଥିବା ବାଦଲ ଏବଂ ରୁଦ୍ର ସେହି ରାସ୍ତାରେ ହର୍ଣ୍ଣ ମାରିବା ସହ ପାଟିତୁଣ୍ଡ କରି ଯାଉଥିଲେ। ଏହାକୁ ସେଠାରେ ବସିଥିବା ଯୁବକମାନେ ପ୍ରତିବାଦ କରିବାରୁ ହଠାତ୍ ସେଠାରେ ଥିବା ଯୁବକମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆହତ ବାଦଲ ଏବଂ ରୁଦ୍ରଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେପଟେ ପୁଲିସ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳର ସିସିଟିଭି ଛାନଭିନ୍ କରିବା ସହ ଆକ୍ରମଣ କରିଥିବା ଯୁବକଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବାବେଳେ ଏହି ଆକ୍ରମଣ ପୂର୍ବ ଶତ୍ରୁତା ନା କେବଳ ଗାଡ଼ି ହର୍ଣ୍ଣ ବଜାଇବାକୁ ନେଇ ହୋଇଛି ତାହା ତଦନ୍ତ ଆରମ୍ଭ କରିଛି ପୁଲିସ।