ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭାରତୀୟ ସ୍ପିନରଙ୍କ କମାଲ, ୮୨ରନରେ ଆଣ୍ଠେଇଲା ସାଉଥ୍ ଆଫ୍ରିକା

Published By : Ankita S | February 2, 2025 2:09 PM

ନୂଆଦିଲ୍ଲୀ,୦୨/୦୨: ଭାରତୀୟ ମହିଳା କ୍ରିକେଟ ଦଳର ସାନଦାର, ଦମଦାର ପ୍ରଦର୍ଶନ । ସ୍ପିନ ଜାଲରେ ଫସିଲା ଦକ୍ଷିଣ ଆଫ୍ରିକା । ୧୦୦ ଛୁଇଁ ପାରିଲା ନାହିଁ ଦଳୀୟ ସ୍କୋର । ୧୯ ବର୍ଷରୁ କମ୍ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ ମ୍ୟାଚରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ୮୨ରନରେ ଅଟକାଇ ଦେଇଛି ଭାରତ । ବିଶ୍ବ ବିଜେତା ହେବାକୁ ଭାରତକୁ ମାତ୍ର ୮୩ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ହେବ ।

ଅଣ୍ଡର ୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ଆଜି ଫାଇନାଲ ମ୍ୟାଚ ଖେଳାଯାଉଛି । କୁଆଲାଲମ୍ପୁର ବୟୁମାସ ଓବଲରେ ଫାଇନାଲ ଫାଇଟ ଅନୁଷ୍ଠିତ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ବୋଲିଂ କରିଥିଲା ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଜୁନିୟର ଭାରତୀୟ ମହିଳା ଦଳ । ଦକ୍ଷିଣ ଆଫ୍ରିକାର ଦଳୀୟ ସ୍କୋର ମାତ୍ର ୧୧ରନରେ ପ୍ରଥମ ୱିକେଟ ପଡିଥିଲା । ୪୪ ରନରେ ଦଳର ୫ଟି ୱିକେଟ ପତନ ହୋଇଥିଲା । ୬ୱିକେଟ ପତନରେ ୩୦ରନ ପାର୍ଟନରସିପ ହୋଇଥିଲା ।

ଏହା ବି ପଢନ୍ତୁ...ଫେବ୍ରୁଆରୀ ୯ରେ ବାରବାଟୀ ଲଢ଼େଇ, ଆଜି ଦିନ ୪ଟାରୁ ଅନଲାଇନ୍‌ ଟିକେଟ ବିକ୍ରି

୨୦ ଓଭରରେ ଦକ୍ଷିଣ ଆଫ୍ରିକା ୮୨ରନ କରିପାରିଛି । ଦଳ ପକ୍ଷରୁ ଏମ ଭାନ ଭ୍ରୁସ୍ତ ସର୍ବାଧିକ ୨୩ ରନ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟର ଫେଲ ମାରିଥିଲେ । ୧୦ ଓଭର ଖେଳ ଚାଲିଥିବା ମଧ୍ୟରେ ଦଳୀୟ ସ୍କୋର ୩୩ରେ ଦକ୍ଷିଣ ଆପ୍ରିକା ୩ଟି ୱିକେଟ ହରାଇ ସାରିଥିଲା । ଭାରତ ପକ୍ଷରୁ ଜି ତ୍ରିଶା ୩ଟି, ପୁର୍ଣ୍ଣିମା ସିସୋଦିଆ ୨ଟି ଓ ସବନମ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ଆଗରେ ୮୩ରନର ଛୋଟିଆ ବିଜୟ ଲକ୍ଷ୍ୟ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.