ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଏସିଆ କପରେ ଭାରତ- ପାକ୍ ମ୍ୟାଚ ଉପରେ UAE କ୍ରିକେଟ ବୋର୍ଡ଼ର ଆଶ୍ଚର୍ଯ୍ୟକର ବୟାନ, କହିଲା …

Published By : Gurupada Nath | August 28, 2025 5:22 PM

ନୂଆଦିଲ୍ଲୀ,୨୮/୮ :   ୨୦୨୫ ଏସିଆ କପ ୯ ସେପ୍ଟେମ୍ବରରୁ ୨୮ସେପ୍ଟେମ୍ବର ମଧ୍ୟରେ ୟୁଏଇର ଆବୁ ଧାବୀ ଏବଂ ଦୁବାଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ‌ରେ ୩ମ୍ୟାଚ୍ ଖେଳାଯାଇପାରେ । ମାତ୍ର ଏହା ସେତେବେଳେ ହେବ ଯେତେବେଳେ ଦୁଇ ଟିମ୍ ଫାଇନାଲରେ ପ୍ରବେଶ କରିବେ । ଏସିଆ କପରେ ସବୁଠାରୁ ପ୍ରଥମେ ୧୪ସେପ୍ଟମ୍ବରରେ ଭାରତ- ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ୟୁଏଇ କ୍ରିକେଟ ବୋର୍ଡ଼ ଭାରତ- ପାକ ମ୍ୟାଚକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛି । 

୨୦୨୫ଏସିଆ କପରେ ସବୁଠାରୁ ପ୍ରଥମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ ଷ୍ଟେଜରେ ୧୪ସେପ୍ଟମ୍ବରରେ ମ୍ୟାଚ ଖେଳାଯିବ । ଏହା ପରେ ଦୁଇଟି ଟିମ୍ ୨୧ସେପ୍ଟମ୍ବରରେ ସୁପର -୪ରାଉଣ୍ଟରେ ସାମ୍ନାସାମ୍ନି ହେବେ । ଯଦି ଏହାପରେ ଦୁଇ ଟିମ୍ ଫାଇନାଲରେ ପ୍ରବେଶ କରନ୍ତି ତେବେ ପୁଣି ୨୮ସେପ୍ଟମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟେଲ ପାଇଁ ଲଢେଇ ହେବ । ଏହିଭଳି ଭାବେ ୨୦୨୫ଏସିଆ କପରେ ଭାରତ- ପାକ ମଧ୍ୟରେ ୩ମ୍ୟାଚ ସମ୍ଭବ ଅଟେ । 

ୟୁଏଇ କ୍ରିକେଟ ବୋର୍ଡ଼ର ମୁଖ୍ୟ ସଞ୍ଚାଳନ ଅଧିକାରୀ ସୁଭାନ ଅହମଦ କହିଛନ୍ତି କି, ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତ ଜୋରସୋର ଚାଲିଛି । ସବୁ ବୋର୍ଡ଼ ୨୦୨୫ ଏସିଆ କପରେ ଭାଗ ନେବା ଲାଗି ନିଜ ନିଜ ସରକାରଙ୍କ ଅନୁମତି ନେଇଛନ୍ତି । ପରେ କେହି ୧୦୦ପ୍ରତିଶତ ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ଆମକୁ ଆଶା ଅଛି କି ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଖେଳିବ । ସେହିଭଳି ଆଗକୁ କହିଛନ୍ତି କି ଆମକୁ ଏହାର ବହିସ୍କାର କରିବାକୁ କୌଣସି ଧମକ ମିଳିନାହିଁ । ଫ୍ୟାନ୍ସ ସବୁବେଳେ କ୍ରିକେଟ ଏବଂ ରାଜନୀତିକୁ ଭିନ୍ନ ଭିନ୍ନ ଦେଖିଥାନ୍ତି । ଏଥର ବି ଆମକୁ ଆଶା ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.