ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ପାକିସ୍ତାନ, PSLହୋଷ୍ଟ୍ କରିବାକୁ ମନା କଲା UAE

Published By : Prameya | May 9, 2025 9:16 PM

ନୂଆଦିଲ୍ଲୀ,୯/୫ : ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଅପମାନିତ । ୟୁନାଇଟେଡ ଆରବ ଏମିରତ ପାକିସ୍ତାନ ସୁପର ଲିଗ୍ ହୋଷ୍ଟ କରିବାକୁ ମନା କରି ଦେଇଛି । ଶୁକ୍ରବାର ସକାଳେ ପାକିସ୍ତାନ କ୍ରିକେଟ ବୋର୍ଡ଼ (PCB) ବୟାନ ଜାରି କରି କହିଥିଲା କି ପିଏସଏଲର ବାକିଥିବା ମ୍ୟାଚ୍ UAEରେ ଖେଳାଯିବ । ସେହିଭଳି ଏବେ ମୁସଲିମ୍ ଦେଶ ୟୁଏଇ ନିଜ ଦେଶରେ ପାକିସ୍ତାନ ସୁପର ଲିଗ୍ କରିବାକୁ ମନା କରିଦେଇଛି । 

ପାକିସ୍ତାନରେ ହିଁ ପିଏସଏଲର ଆୟୋଜନ କରାଯାଇଛି । ପାକିସ୍ତାନର ଏହି ଟୁର୍ଣ୍ଣାମେଣ୍ଟରେ କେବଳ ୮ମ୍ୟାଚ ରହିଛି । ସେହିଭଳି ଗତ ୮ମଇରେ ପାକିସ୍ତାନର ରାଓ୍ବଲପିଣ୍ଡିରେ କ୍ରିକେଟ ଷ୍ଟାଡିୟମରେ ଆକ୍ରମଣ ହୋଇଛି । ଯାହା ପରେ ସେଠାରେ ବିଶୃଙ୍ଖଳା ସ୍ଥିତି ଦେଖାଯାଇଥିଲା । ରାଓ୍ବଲପିଣ୍ଡିର ଏହି କ୍ରିକେଟ ଷ୍ଟାଡିୟମରେ ହିଁ ୮ମଇ ରାତିରେ ପିଏସଏଲର ମ୍ୟାଚ୍ ହେବାରେ ଥିଲା । ଏହି ମ୍ୟାଚ୍ କରାଚୀ କିଙ୍ଗ୍ସ ଏବଂ ପେଶାଓ୍ବର ଜାଲ୍ମୀ ମଧ୍ୟରେ ଥିଲା, ଯାହାକି ଏହି ଆକ୍ରମଣ ପରେ ରଦ୍ଦ କରିଦିଆଯାଇଥିଲା । କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଆକ୍ରମଣ କାରଣରୁ PSLକୁ UAE ଶିଫ୍ଟ କରିବାକୁ ଘୋଷଣା କରାଯାଇଛି । 

ୟୁଏଇ ପାକିସ୍ତାନ କ୍ରିକେଟ ବୋର୍ଡ଼କୁ ମନା କରିବା ଦ୍ବାରା ଏଭଳି ଲାଗୁଛି କି ପାକ୍ ବିନା ସଂୟୁକ୍ତ ଆରବ ଏମିରତର ଅନୁମତିରେ ହିଁ ପିଏସଏଲକୁ ୟୁଏଇ ଶିଫ୍ଟ କରିବାର ନିଷ୍ପତ୍ତି ଶୁଣାଇଦେଇଥିଲେ । କିନ୍ତୁ ଏବେ ୟୁଏଇ ଏହାକୁ ନିଜ ଦେଶରେ ହୋଷ୍ଟ କରିବାକୁ ମନା କରିଦେଇଛି । ଦେଖିବାକୁ ଅଛି କି ପାକିସ୍ତାନ କ୍ରିକେଟ ବୋର୍ଡ଼ ପିଏସଏଲ୍ ଲାଗି କେଉଁ ଦେଶକୁ ଚୟନ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.