ଉଦଳା: ସାଧାରଣତଃ ହାତକଡ଼ି ନାଁ ଶୁଣିଲେ ମନକୁ ଆସେ କୌଣସି ଅଭିଯୁକ୍ତ ହାତରେ ପୁଲିସ ପକାଇଥିବ । ଯଦି କେହି କିଛି ଅପରାଧ କରେ ପୁଲିସ ତାହାତରେ ହାତକଡ଼ି ପକାଇ ହାଜତରେ ଭର୍ତ୍ତି କରେ । ହେଲେ ଛିଡ଼ା ହୋଇଥିବା ନିର୍ଜିବ ବସ୍ତୁ ଟ୍ରାକ୍ଟରରେ ପଡ଼ିଛି ହାତକଡ଼ି । ଶୁଣିଲା ବେଳକୁ ଟିକେ ଖଟକା ଲାଗୁଥିବ ସତ । ବାସ୍ତବରେ କିନ୍ତୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା କୁଶଳଦା ଫାଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ ।
ମିଳିଥିବା ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୁଲିସ ପକାଇଲା ହାତକଡ଼ି। ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ। ଯାହାକୁ ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା। ଜବତ ଟ୍ରାକ୍ଟର ରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାହାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ। ହେଲେ ଫାଣ୍ଡିରେ ବାଉଣ୍ଡାରୀ ନ ଥିବାରୁ ଜବତ ଟ୍ରାକ୍ଟର ମାଫିଆ ନେଇଯିବାର ସନ୍ଦେହ କରି ଟ୍ରାକ୍ଟର ଷ୍ଟେରିଙ୍ଗରେ ହାତକଡ଼ି ପକାଇଛନ୍ତି। ଯାହା ମାଫିଆଙ୍କ ଦବଦବା ଏବଂ ପୋଲିସ ଅସହାୟତାକୁ ପଦାରେ ପକାଇଛି।
ଏହାସହ ପଢ଼ନ୍ତୁ : ଜୁଲାଇ ୯ରୁ ୧୫ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା, ଜାଣନ୍ତୁ ଯୁକ୍ତ ଦୁଇ ନାମଲେଖା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ