ମୁମ୍ୱାଇ : ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି। ମହାରାଷ୍ଟ୍ରରେ ମହାୟୁତିର ବିଜୟ ଓ ଝାଡ଼ଖଣ୍ଡରେ ଏନଡିଏର ପରାଜୟ ହୋଇଛି। ମହାରାଷ୍ଟ୍ରରେ ଏମଭିଏର ପରାଜୟରେ ରାହୁଲ ଗାନ୍ଧୀ ଓ ଉଦ୍ଧବ ଠାକରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଉଭୟ ରେଜଲ୍ଟକୁ ଅପ୍ରତ୍ୟାଶିତ କହିଛନ୍ତି। ଉଦ୍ଧବ ଠାକରେ ମହାୟୁତିର ପ୍ରଦର୍ଶନକୁ ନେଇ କହିଛନ୍ତି କି, ଏହା ଲହର ନୁହେଁ , ସୁନାମୀ ଥିଲା। ଶେଷରେ ଲୋକସଭା ନିର୍ବାଚନର ଚାରି ମାସରେ ହିଁ ସ୍ଥିତି କେମିତି ଏତେ ବଦଳି ଗଲା । ସେପଟେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଫଳାଫଳକୁ ଅପ୍ରତ୍ୟାଶିତ କହିଥିବା ବେଳେ ଝାଡ଼ଖଣ୍ଡର ଫଳଫଳାକୁ ସମ୍ୱିଧାନ ସହ ଜଳ , ଜଙ୍ଗଲ , ଜମିର ସୁରକ୍ଷାର ବିଜୟ କହିଛନ୍ତି।
ମହାରାଷ୍ଟ୍ର ବିଧାନସଭାର ରେଜଲ୍ଟ ଉପରେ ଉଦ୍ଧବ ଠାକରେ କହିଛନ୍ତି , ଲୋକସଭା ନିର୍ବାଚନର ଚାରି ମାସ ପରେ ହିଁ ସ୍ଥିତି ଏତେ କେମିତି ବଦଳି ପାରେ। ଆମେ ମହାରାଷ୍ଟ୍ରର ଅଧିକାର ପାଇଁ ଲଢିବା ଜାରି ରଖିବୁ। ମହାୟୁତିର ଆକର୍ଷଣୀୟ ପ୍ରଦର୍ଶନରେ ସେ କହିଛନ୍ତି , ଫଳାଫଳ ଦର୍ଶାଉଛି କି, ଲହର ନୁହେଁ ବରଂ ସୁନାମୀ ଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଓ ବୁଝିବା ବାହାରେ।
ଅନ୍ୟପଟେ , କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଧାନସଭା ନିର୍ବାଚନର ରେଜଲ୍ଟକୁ ନେଇ ଏକ୍ସରେ ଲେଖିଛନ୍ତି , ଝାଡ଼ଖଣ୍ଡର ଲୋକଙ୍କର INDIAକୁ ବିଶାଳ ଜନାଦେଶ ଦେଇଥିବାରୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜୀ , କଂଗ୍ରେସ ଓ ଝାମୁମୋର ସବୁ କାର୍ଯ୍ୟକର୍ତ୍ତାଙ୍କୁ ଏହି ବିଜୟ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।
କଂଗ୍ରେସ ଦାବି କରିଛି କି ବିରୋଧୀଙ୍କ ହରାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି ଏବଂ ରାଜ୍ୟରେ (ବିରୋଧୀଙ୍କୁ) ଟାର୍ଗେଟ୍ କରି ସମାନ ଅବସରର ସ୍ଥିତିକୁ ବିଗାଡ଼ି ଦିଆଯାଇଛି। ପାର୍ଟି ମହାସଚିବ ଜୟରାମ ରମେଶ ଏଠାରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ କହିଛନ୍ତି ଯେ , ଝାଡ଼ଖଣ୍ଡର ଜନତା ଧ୍ରୁବୀକରଣ( ପୋଲାରାଇଜେସନ)ର ରାଜନୀତିକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ଦେଶ ପାଇଁ ସକରାତ୍ମକ ବାର୍ତ୍ତା ଦେଇଛନ୍ତି।