ନୂଆଦିଲ୍ଲୀ,୨୧।୨: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶରେ ଚାଲିଥିବା ନକଲି ବିଶ୍ୱବିଦ୍ୟାଳୟର ଲିଷ୍ଟଜାରି କରିଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ବୈଧାନିକ ସ୍ୱୀକୃତି ବିନା ଡିଗ୍ରୀ ପ୍ରଦାନ କରୁଥିଲେ। ଏବେ ୟୁଜିସି ଏହି ୟୁନିଭର୍ସିଟି ଗୁଡିକୁ ଚେତାବନୀ ଜାରି କରିଛି। ଏହା ସହ କହିଛି ନକଲି ଡିଗ୍ରୀରେ ଚାକିରୀ ଓ ଉଚ୍ଚଶିକ୍ଷା ପାଇବା ବେଆଇନ । ଆୟୋଗ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ଡିଗ୍ରୀ ଆଇନଗତ ଭାବରେ ବୈଧ ହେବ ନାହିଁ।  ତାଲିକାକୁ ଏହାର ସରକାରୀ ୱେବସାଇଟରେ ପ୍ରକାଶ କରି, ୟୁଜିସି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ନାମ ଲେଖା ପୂର୍ବରୁ ଅନୁଷ୍ଠାନର ମାନ୍ୟତା ଯାଞ୍ଚ କରିବାକୁ ଅନୁରୋଧ କରିଛି ୟୁଜିସି।ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୫ରେ ପ୍ରାୟ ୨୨ ଟି ଶିକ୍ଷାନୁଷ୍ଠାନ ତାଲିକାଭୁକ୍ତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି। ଏହା ସୂଚିତ କରେ ଯେ ବେଆଇନ ଡିଗ୍ରୀ ଦେବାର ନେଟୱାର୍କ ଦ୍ରୁତ ଗତିରେ ବଢୁଛି, ଯାହା ବହୁ ସଂଖ୍ୟକ ଛାତ୍ରଙ୍କୁ ବିପଦରେ ପକାଇଛି।

ରାଜ୍ୟ ହିସାବରେ ନକଲି ୟୁନିଭର୍ସିଟି ସଂଖ୍ୟା ଏଭଳି

ଦିଲ୍ଳୀରେ ସର୍ବାଧିକ ୧୨ଟି ରହିଛି। ଉତ୍ତର ପ୍ରଦେଶରେ ୪ଟି ରହିଛି। ଆନ୍ଧ୍ର ପ୍ରଦେଶ,କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ,ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରେ ୨ଟି ଲେଖାଏଁ ଫେକ୍ ବା ନକଲି ୟୁନିଭର୍ସିଟି ରହିଛି। ସେଭଳି ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି।

ଶୀର୍ଷରେ ରାଜଧାନୀ ଦିଲ୍ଲୀ...

ଏଠାରେ ମୋଟ ୧୨ସଂସ୍ଥାନକୁ ବେଆଇନ ଘୋଷିତ କରାଯାଇଛି। ଏଥିରେ...

-ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ୍ ହେଲ୍ଥ ସାଇନ୍ସେସ୍ (AIIPHS)

- କମର୍ସିଆଲ୍ ୟୁନିଭର୍ସିଟି ଲିମିଟେଡ୍

- ୟୁନାଇଟେଡ୍ ନେସନ୍ସ ୟୁନିଭର୍ସିଟି

- ଭୋକେସନାଲ୍ ୟୁନିଭର୍ସିଟି

-ADR-ସେଣ୍ଟ୍ରିକ୍ ଜୁରିଡିକାଲ୍ ୟୁନିଭର୍ସିଟି

-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ

-ବିଶ୍ୱକର୍ମା ଓପନ୍ ୟୁନିଭର୍ସିଟି ଫର୍ ସେଲଫ୍-ଏମ୍ପ୍ଲଏମେଣ୍ଟ

-ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ

-ଓ୍ବାର୍ଲ୍ଡ ପିସ୍ ଅଫ୍ ୟୁନାଇଟେଡ୍ ନେସନ୍ସ ୟୁନିଭର୍ସିଟି (WPUNU)

-ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇଞ୍ଜିନିୟରିଂ

- ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି

- ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସଲ୍ୟୁସନ୍

ୟୁଜିସି ସ୍ପଷ୍ଟ କରିଛି ଏହି ଶିକ୍ଷାନୁଷ୍ଠାନଗୁଡ଼ିକରୁ ପ୍ରାପ୍ତ ଡିଗ୍ରୀଗୁଡ଼ିକ ସରକାରୀ ଚାକିରି, ଉଚ୍ଚଶିକ୍ଷାରେ ପ୍ରବେଶ କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବୈଧ ହେବ ନାହିଁ। ଏହାର ଅର୍ଥ ହେଉଛି ଯେ ଏପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ସମୟ ଏବଂ ଟଙ୍କା ଉଭୟ ନଷ୍ଟ ହୋଇପାରେ।

ଆଡମିଶନ୍ ପୂର୍ବରୁ ଏଭଳି କରନ୍ତୁ ଯାଞ୍ଚ :

ଯେକୌଣସି ବିଶ୍ୱବିଦ୍ୟାଳୟରେ ନାମ ଲେଖା ପୂର୍ବରୁ, ଛାତ୍ରଛାତ୍ରୀମାନେ UGC ୱେବସାଇଟ୍ରେ ଯାଇ ଯାଞ୍ଚ କରିବା ଉଚିତ ଯେ ଅନୁଷ୍ଠାନଟି ଧାରା 2(f) ଏବଂ 12(B) ଅନୁଯାୟୀ ସ୍ୱୀକୃତିପ୍ରାପ୍ତ କି ନାହିଁ ଏବଂ ଧାରା ୨୨ ଅନୁଯାୟୀ ଡିଗ୍ରୀ ପ୍ରଦାନ କରିବାର ଅଧିକାର ଅଛି କି ନାହିଁ। କେବଳ ୱେବସାଇଟ୍ କିମ୍ବା ଆକର୍ଷଣୀୟ ବିଜ୍ଞାପନ ଉପରେ ଆଧାର କରି ନାମ ଲେଖାନ୍ତୁ ନାହିଁ।

ଆହୁରି ପଢନ୍ତୁ :ଏପ୍ରିଲ ପହିଲାରୁ ଟୋଲ୍ ପ୍ଲାଜାରେ ଦେଇପାରିବେନି କ୍ୟାସ୍ , ଫାସଟ୍ୟାଗ୍ କିମ୍ବା ୟୁପିଆଇ ପେମେଣ୍ଟ ପରେ ଗଡ଼ିବ ଗାଡ଼ି