ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କେରଳରେ ଫଶିଲା ଏଫ୍-୩୫ ଫାଇଟର ଜେଟ୍, ହୋଇପାରିଲାନି ମରାମତି: ଏବେ ଖଣ୍ଡ ଖଣ୍ଡ କରି ନିଆଯିବ ବ୍ରିଟେନ୍

Published By : Harapriya Biswal | July 3, 2025 6:48 PM

ନୂଆଦିଲ୍ଲୀ,୩।୭: କେରଳର ଥିରୁଅନନ୍ତପୁରମ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବ୍ରିଟିସ୍ ରୟାଲ ନାଭିର ଏଫ୍‌୩୫ବି ଫାଇଟର ଜେଟ୍ ୧୪ ଜୁନ୍‌ରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା ଓ ୧୯ ଦିନ ପରେ ମଧ୍ୟ ଏହି ବିମାନରେ ସମସ୍ୟା ଦେଖିବାକୁ ମିଳିଛି। ଏବେ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫାଇଟର ଜେଟ୍‌କୁ ଟୁକୁଡା ଟୁକୁଡା କରି ସେନା କାର୍ଗୋ ବିମାନ ଜରିଆରେ ବ୍ରିଟେନ୍ ପଠାଇ ଦିଆଯିବ।

ବିମାନକୁ କେରଳରେ ଠିକ୍ କରିବା ପାଇଁ ବହୁବାର ଚେଷ୍ଟା ପରେ ବି ଫିଫଥ୍ ଜେନେରେସନର ଷ୍ଟିଲଥ୍ ଫାଇଟର ଜେଟ୍ ଇଞ୍ଜିନିୟରିଂରେ ଖରାପ କାରଣରୁ ଏପର୍ଯ୍ୟନ୍ତ ତିଆରି ହୋଇପାରିନି।   ବିମାନକୁ ପୁଣିଥରେ ଉଡାଣ ଭରିବା ପାଇଁ ପ୍ରସ୍ତୁତ କରିବାର ସବୁ ଚେଷ୍ଟା ଏପର୍ଯ୍ୟନ୍ତ ଫେଲ୍‌ ପ୍ରମାଣିତ ହୋଇଛି। ଏଭଳି ସ୍ଥିତିରେ ବିମାନକୁ ଖଣ୍ଡ ଖଣ୍ଡ ଟୁକୁଡାରେ ନେଇଯିବା ଛଡା ଆଉ କୌଣସି ରାସ୍ତା ନାହିଁ। 

ଲଗାତାର ହେଉଥିବା ବିଳମ୍ବ ବ୍ୟତୀତ, ୟୁନାଇଟେଡ୍ କିଙ୍ଗଡମ୍‌ରୁ କୌଣସି ଇଞ୍ଜିନିୟରିଂ ଟିମ୍ ଏପର୍ଯ୍ୟନ୍ତ ଭାରତରେ ପହଁଞ୍ଚି ପାରିନି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମରାମତି ପାଇଁ ତିରିଶ ଇଞ୍ଜିନିୟରଙ୍କ ଏକ ଗ୍ରୁପ୍‌ ଥିରୁଅନନ୍ତପୁରମ୍‌ ପହଁଞ୍ଚିବାର ଆଶା ଥିଲା, କିନ୍ତୁ ଏପର୍ଯ୍ୟନ୍ତ ପହଁଞ୍ଚି ପାରିନି। ବିମାକୁ ଫେରାଇ ଆଣିବାର କୌଣସି ଟାଇମ୍‌ ଲାଇନ ନହେବା କାରଣରୁ ବ୍ରିଟିସ୍ ଅଧିକାରୀ ଏବେ ବିମାନକୁ ଫେରାଇ ନେବା ପାଇଁ ବିକଳ୍ପ ଯୋଜନା ଉପରେ କାମ କରୁଛନ୍ତି। ବିମାନକୁ ଆଶିଂକ ରୂପରେ ଭାଙ୍ଗିବା କିମ୍ବା ଡିସମେଣ୍ଟାଲ କରିବା, ମିଲିଟାରୀ ଟ୍ରାନ୍ସପୋର୍ଟ ଦୃଷ୍ଟିରୁ ବିମାନକୁ ଫେରାଇ ଦେବା ପାଇଁ ସବୁଠାରୁ ଭଲ ବିକଳ୍ପ ଭାବରେ ରହିଛି। ରିପୋର୍ଟ ଅନୁସାରେ, ବ୍ରିଟେନ୍ ଏପର୍ଯ୍ୟନ୍ତ ଏହି ଫାଇଟର ଜେଟ୍‌କୁ ସି-୧୭ ଗ୍ଲୋବମାଷ୍ଟର ବିମାନକୁ ଫେରାଇ ନେବା ଉପରେ ବିଚାର କରୁଛି, ଯାହାକି ଏହି ବିମାନ ପାଇଁ ଅଲଗା ଏକ ପଦକ୍ଷେପ ରହିବ। ବିମାନର ଯନ୍ତ୍ରାଶଂକୁ ଖୋଲି ତାକୁ ଗ୍ଲୋବମାଷ୍ଟର ଜରିଆରେ ସୁରକ୍ଷିତ ଫେରାଇ ନେବାର ପ୍ରସ୍ତୁତି ଚାଲିଛି। ଏମ୍‌ଏଚ୍ ପ୍ରିନ୍ସ ଅଫ୍ ଓ୍ବେଲସ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌ର ଅଂଶ ଏଫ୍-୩୫ବି କେରଳ ଉପକୂଳରୁ ୧୦୦ ସମୁଦ୍ର ମାଇଲ ଦୂରରେ ଅପରେସନ୍ କରୁଥିଲା, ଯେତେବେଳେ ଖରାପ ପାଣିପାଗ ଓ ଫୁଏଲର ଅଭାବ କାରଣରୁ ବିମାନକୁ ଏମର୍ଜେନ୍ସି ସ୍ଥିତିରେ ଥିରୁଅନନ୍ତପୁରମ୍ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା। ଭାରତୀୟ ବାୟୁସେନା ସୁରକ୍ଷିତ ଲ୍ୟାଣ୍ଡିଂରେ ସାହାଯ୍ୟ କରିଛି ଓ ଫୁଏଲ ଭରିବାଠାରୁ ନେଇ ଲଜିଷ୍ଟିକ୍ ପହଁଞ୍ଚାଇବାର ସହାୟତା କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.