ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମହଙ୍ଗା ହେବ ଓଲା, ଉବର ଯାତ୍ରା; ଭିଡ଼ ସମୟରେ ଦୁଇ ଗୁଣା ଭଡ଼ା

Published By : Anindita Ratha | July 3, 2025 2:42 PM

ନୂଆଦିଲ୍ଲୀ,୦୩/୦୭: ଓଲା, ଉବର, ରାପିଡୋ ଏବଂ ଇନ୍‌ଡ୍ରାଇଭ୍‌ରେ ଯାତ୍ରା କରୁଥିଲେ ଆଗକୁ ଅଧିକ ଭଡ଼ା ଦେବାକୁ ପଡ଼ିପାରେ । ସରକାର ଏଥିପାଇଁ ଏକ ନୂଆ ନିୟମ ଆଣିଛନ୍ତି । ଏବେ ଏହି କମ୍ପାନିଗୁଡ଼ିକ ଭିଡ଼ ସମୟରେ ମୂଳ ଭଡ଼ାଠାରୁ ଦୁଇ ଗୁଣା ପର୍ଯ୍ୟନ୍ତ ଚାର୍ଜ କରିପାରିବେ । ପୂର୍ବରୁ ଏଥିପାଇଁ ଲିମିଟ୍‌ ରହିଥିଲା ୧.୫ ଗୁଣା । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏ ନେଇ ଏକ ନିୟମ ଜାରି କରିଛି । ଏହା ଅନୁସାରେ, ନନ୍‌-ପିକ୍‌ ଆୱାର୍‌ରେ ଭଡ଼ା ମୂଳ ଭଡ଼ାର ଅନ୍ୟୁନ ୫୦% ହେବା ଦରକାର । ନିୟମକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ମନ୍ତ୍ରାଳୟ ଅନୁସାରେ, ଏହାର ଲକ୍ଷ୍ୟ ହେଉଛି ଯେ, ଅଧିକ ଚାହିଦା ଥିବା ସମୟରେ ଯାତ୍ରୀଙ୍କୁ ଉଚିତ ମୂଲ୍ୟରେ ରାଇଡ୍‌ ମିଳୁ ଏବଂ କମ୍ପାନିଗୁଡ଼ିକ ମନଇଚ୍ଛା ରିହାତି ନ ଦିଅନ୍ତୁ । ଭିନ୍ନ ଭିନ୍ନ ପ୍ରକାର ଗାଡ଼ି ଯଥା ଟ୍ୟାକ୍ସି, ଅଟୋରିକ୍ସା ଏବଂ ବାଇକ୍‌ ଟ୍ୟାକ୍ସି ପାଇଁ ମୂଳଭଡ଼ା ରାଜ୍ୟ ସରକାର ସ୍ଥିର କରିବେ । ଯଦି କୌଣସି ରାଜ୍ୟ ଏ ଯାଏ ମୂଳଭଡ଼ା ନିର୍ଦ୍ଧାରଣ କରିନାହାନ୍ତି, ତେବେ ରାଇଡ୍‌ ହେଲିଙ୍ଗ୍‌ କମ୍ପାନିକୁ ରାଜ୍ୟ ସରକାରଙ୍କୁ ନିଜର ଭଡ଼ା ଜଣାଇବାକୁ ପଡ଼ିବ । ସେହିଭଳି ରାଇଡ୍‌ ବାତିଲ ମାମଲାରେ ବି ନିୟମକୁ କଡ଼ାକଡ଼ି କରାଯାଇଛି । ଯଦି ଡ୍ରାଇଭର ଆପ୍‌ରେ ରାଇଡ୍‌ ରିକ୍ୱେଷ୍ଟ ଗ୍ରହଣ କରିବା ପରେ ବିନା କୌଣସି ଠୋସ୍‌ କାରଣରେ ଏହାକୁ ବାତିଲ କରନ୍ତି, ତେବେ ତାଙ୍କ ଉପରେ ଭଡ଼ାର ୧୦% ଜରିମାନା ଲାଗିବ, ଯାହା ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରିବ । ଏହି ଜରିମାନାକୁ ଡ୍ରାଇଭର ଏବଂ ରାଇଡ୍‌-ହେଲିଂ କମ୍ପାନି ଉଭୟଙ୍କୁ ଏକତ୍ର ଭାବେ ଦେବାକୁ ପଡ଼ିବ । 

ନୂଆ ନିୟମ ଅନୁସାରେ, ରାଇଡ୍‌-ହେଲିଂ କମ୍ପାନିଗୁଡ଼ିକ ସହ କାର୍ଯ୍ୟ କରୁଥିବା ସମସ୍ତ ଡ୍ରାଇଭରଙ୍କ ପାଇଁ ବୀମା ସୁବିଧାକୁ ଅନିବାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଏବଂ ୧୦ ଲକ୍ଷ ଟଙ୍କାର ଟର୍ମ ବୀମା ମିଳିବା ଦରକାର । ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଡ୍ରାଇଭର ଯାତ୍ରୀଙ୍କୁ ନେବା ପାଇଁ ଯିବା ପୂର୍ବରୁ ଖାଲି ଗାଡ଼ିର ଦେୟ ଲାଗିବ ନାହିଁ । ପିକ୍‌ଅପ୍‌ ଦୂରତ୍ୱ ୩ କିଲୋମିଟରରୁ କମ୍‌ ଥିଲେ ଏ ନିୟମ ଲାଗୁ ହେବ । ଯଦି ପିକ୍‌ଅପ୍‌ ଦୂରତ୍ୱ ୩ କିଲୋମିଟରରୁ କମ୍‌ ଥିବ ସେତେବେଳେ ଯାତ୍ରୀଙ୍କ ଘରଠାରୁ ହିଁ ଭଡ଼ା ଲାଗୁ କରାଯିବ । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.