ନୂଆଦିଲ୍ଲୀ: ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ ଆଞ୍ଜେଲା ରେନର୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଘର କ୍ରୟ ଉପରେ କମ୍ ଟିକସ ଦେବା ମାମଲାରେ ଏକ ନୈତିକ ତଦନ୍ତ ହୋଇଥିଲା, ଏହା ପରେ ଆଞ୍ଜେଲା ଇସ୍ତଫା ଦେଇଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ଏହି ଗ୍ରୀଷ୍ମ ଋତୁର ଆରମ୍ଭରେ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ହୋଭରେ ଏକ ଆପାର୍ଟମେଣ୍ଟ ସେ କିଣିଛନ୍ତି। ଆଉ ଏହି ସମୟରେ ସେ, ସଠିକ୍ ଟିକସ ଭରଣ ନଥିଲେ।
ବ୍ରିଟେନ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାରମରଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି, ଏଥିରେ ସେ କହିଛନ୍ତି ଯେ,"ମୁଁ ଏହି ଭୁଲ ପାଇଁ ସମ୍ପୂର୍ଣ୍ଣ ଦାୟୀ"। ତେବେ ଜବାବରେ, ଷ୍ଟାରମର ଦୁଃଖ ପ୍ରକାଶ କରିଛନ୍ତି, ଆଉ କହିଛନ୍ତି ଯେ, ରେନର୍ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଷ୍ଟାରମର ଲେଖିଛନ୍ତି କି, "ରାଜନୀତିରେ ଆପଣଙ୍କ ସଫଳତା ପାଇଁ ମୋର କେବଳ ପ୍ରଶଂସା ଏବଂ ଗଭୀର ସମ୍ମାନ ଅଛି।
ସୂଚନାଥାଉକି, ବ୍ରିଟେନରେ, ସମ୍ପତ୍ତି କ୍ରୟ ଉପରେ କର ଲାଗୁ ହୁଏ। ମହଙ୍ଗା ଘର ଉପରେ କର ଅଧିକ ଲାଗିଥାଏ। ରିପୋର୍ଟରୁ ଜଣାପଡିଛି ଯେ ରେନର୍ ତାଙ୍କ କ୍ରୟ ଉପରେ ଷ୍ଟାମ୍ପ ଡ୍ୟୁଟି ଉପରେ ଉପଯୁକ୍ତ ଟିକସ ନ ଦେଇ ଅର୍ଥରାଶି ସଞ୍ଚୟ କରିଛନ୍ତି। ଲେବର ସରକାରରେ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ରେନର୍ ପ୍ରାୟତଃ ସେମାନଙ୍କ ବିରୁଦ୍ଧରେ କହିଛନ୍ତି, ଯେଉଁମାନେ ଜାଣିଶୁଣି କମ୍ ଟିକସ ଦିଅନ୍ତି।