ନୂଆଦିଲ୍ଲୀ,୧୫।୬:  ଭାରତରେ ବ୍ରିଟେନ୍‌ର ଫାଇଟର ଜେଟ୍‌ର ଜରୁରୀ ଅବରତରଣ। ଥିରୁଅନନ୍ତପୁରମ୍‌ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ। ଫାଇଟର ଜେଟ୍ ଏଫ୍ ୩୫ , ଯାହାକୁ ବ୍ରିଟେନ୍ ନୌସେନା ବ୍ୟବହାର କରିଥାଏ। ତେବେ ଉଡାଣ ବେଳେ  ଇନ୍ଧନ କମିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। 

ମିଳିଥିବା ସୂଚନା ଅନୁସାରେ, ଏହି ଫାଇଟର ଜେଟ୍ ଏୟାରକ୍ରାଫ୍ଟ କ୍ୟାରିୟରରୁ ଉଡାଣ ଭରିଥିଲା। ଏହାପରେ  ସେ ଶନିବାର ରାତି ୯ଟା ୩୦ ମିନିଟ୍‌ରେ ଏୟାରପୋର୍ଟରେ ସୁରକ୍ଷିତ ଢଙ୍ଗରେ ଲ୍ୟାଣ୍ଡ କରିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫାଇଟର ଜେଟ୍‌ର ସୁରକ୍ଷିତ ଓ ସହଜ ଲ୍ୟାଣ୍ଡିଂ ପାଇଁ ଏୟାରପୋର୍ଟ ଅଧିକାରୀମାନେ ସେଠାରେ ଜରୁରୀ ଅବତରଣ ନେଇ ଘୋଷଣା କରିଥିଲେ। ସୁତ୍ରର ମିଳିଥିବା ସୂଚନା ଅନୁସାରେ, ଫାଇଟର ଜେଟ୍‌ର ପାଇଲଟ୍ ଉଡାଣ ବେଳେ ଅନୁଭବ କରିଥିଲେ ସେଥିରେ ଇନ୍ଧନ କମ୍ ହେଉଛି। ଏଥିପାଇଁ ଏମର୍ଜେନ୍ସିଂ ଲ୍ୟାଣ୍ଡିଂର ପରମିସନ୍ ମାଗିଥିଲା। ସବୁକିଛି ଖୁବ୍ ଦ୍ରୁତ ଗତି ସହ ଓ ପ୍ରଫେସନାଲ ଢଙ୍ଗରେ ହୋଇଥିଲା।

ବର୍ତ୍ତମାନ ଏହି ଏୟାରକ୍ରାଫ୍ଟ ବିମାନ ବନ୍ଦରରେ ରହିଛି। କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ମଞ୍ଜୁରୀ ପରେ ଏହି ଫାଇଟର ଜେଟ୍‌ରେ ତେଲା ଭରାଯିବ। ପୁଣିଥରେ ସବୁ ପକ୍ରିୟା ପୁରା ହେବାପରେ ଏହି ବିମାନ ନିଜ ଗସ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିବ।