ନୂଆଦିଲ୍ଲୀ,୧୬।୭: ପିଲାଙ୍କ ସୁରକ୍ଷା ଓ ଡିଜିଟାଲ ନିଶାକୁ କମ୍ କରିବା ପାଇଁ ସାରା ଦୁନିଆରେ କଡ଼ା ପଦକ୍ଷେପ ନିଆଯାଉଛି। ଏହାକୁ ନେଇ ନିକଟରେ ଏକ ରିପୋର୍ଟ ସାମନାକୁ ଆସିଛି। ବ୍ରିଟେନ୍ ସରକାର ନୂତନ ସୁରକ୍ଷା ନିୟମ ଅନୁସାରେ, ଏବେ ଟିନେଜର୍ସ ବା କିଶୋର/କିଶୋରୀଙ୍କୁ ଅଧା ରାତି ପରେ ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବା ପାଇଁ ନିଜର ଫୋନ୍ର ସେଟିଂରେ ପରିବର୍ତ୍ତନ କରିବାକୁ ହେବ। ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବାର ଯୋଜନାର ଘୋଷଣାର ମାସକ ପରେ,ସରକାର କହିଛନ୍ତି ଯେ, ୧୬-୧୭ ବର୍ଷର ପିଲାଙ୍କ ପାଇଁ ରାତିରେ ଡିଫଲ୍ଟ ଭାବରେ କର୍ଫ୍ୟୁ ଲଗାଇବାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ରାତିରେ ଲାଗିବ ସୋସିଆଲ ମିଡିଆ କର୍ଫ୍ୟୁ
ରିପୋର୍ଟ ଅନୁସାରେ, ୧୬ ଓ ୧୭ ବର୍ଷର ପିଲାଙ୍କ ପାଇଁ ରାତିରେ ସୋସିଆଲ ମିଡିଆ ଆପ୍ସର ବ୍ୟବହାରକୁ ଡିଫଲ୍ଟ ଭାବରେ ରୋକି ଦିଆଯିବ।
-ଯଦି ୟୁଜର୍ସ ଡିଫଲ୍ଟ ସେଟିଂ ବଦଳାନ୍ତି ନାହିଁ, ତେବେ ତାଙ୍କୁ ଅଧା ରାତିରୁ ସକାଳ ୬ଟା ଭିତରେ ଭିତରେ ଆପ୍ ବ୍ୟବହାର କରିବା ରୋକି ଦିଆଯିବ।
-ଯଦି ଗୋଟିଏ ପ୍ରକାର ଦେଖାଯାଏ ତେବେ ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଚାଲୁଥିବା ରୋକ ଅର୍ଥାତ କର୍ଫ୍ୟୁ ଲାଗିଯିବ।
-କେବଳ ସେତିକି ନୁହେଁ, ପିଲାଙ୍କୁ ଲଗାତାର ଭିଡିଓ କିମ୍ବା ପୋଷ୍ଟ ସ୍କ୍ରଲ୍ କରିବାର ନିଶା ଲଗାଉଥିବା ଫିଚର୍ସ ଯେପରିକି ରିଲ୍ସ/ସର୍ଟସର ଅଟୋ-ପ୍ଳେ ମଧ୍ୟ ନିଜକୁ ନିଜେ ବନ୍ଦ ହୋଇଯିବ।
ଏହି ନୂତନ ନିୟମଗୁଡ଼ିକ ଦର୍ଶାଉଛି ଯେ ସାରା ବିଶ୍ୱରେ ପିତା-ମାତା ଏବଂ ସରକାରମାନେ ଏହି କଥାକୁ ନେଇ ଖୁବ୍ ଚିନ୍ତିତ ଯେ, ସୋସିଆଲ ମିଡିଆ ପିଲାଙ୍କ ମନ ଏବଂ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ସେ ବିଷୟରେ ଗଭୀର ଚିନ୍ତିତ ଏବଂ ସେମାନଙ୍କୁ ସୁରକ୍ଷା ଦେବାକୁ ଚାହାଁନ୍ତି। ସରକାର କହିଛନ୍ତି ଯେ ସୋସିଆଲ ମିଡିଆ କଟକଣା ଉପରେ ପ୍ରଥମ ନିୟମ ଏହି ବର୍ଷ ଶେଷ ସୁଦ୍ଧା ସଂସଦରେ ଉପସ୍ଥାପିତ ହେବ ଏବଂ ଏହା ଆଶା କରୁଛି ଯେ ଏହି ପଦକ୍ଷେପ ୨୦୨୭ ରେ କାର୍ଯ୍ୟକାରୀ ହେବ।
ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ବ୍ୟାନ୍ କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ। ଏହି ଦେଶକୁ ପରାମର୍ଶ ଦେଉଥିବା ଏକ ଦଳ ଜାଣିପାରିଲା ଯେ ୟୁଜର୍ସଙ୍କ ବୟସ ଯାଞ୍ଚ କରିବାର ପ୍ରଥମ ପଦକ୍ଷେପରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ବିଫଳ ହେଉଛି, ଯାହା ଫଳରେ ଏହି ବ୍ୟାନ୍ ପ୍ରଭାବହୀନ ହୋଇପଡ଼ିଛି। ଗତ ମାସରେ, ଗୁଗୁଲ୍ ଏବଂ ଟିକଟକ୍ ଆମେରିକାରେ ଜଣେ ନାବାଳକ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିଥିଲେ। ପିଲାଟି ଅଭିଯୋଗ କରିଥିଲା ଯେ ଏହି ସୋସିଆଲ ମିଡିଆ ଆପ୍ ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚାଇଛି।
ଆହୁରି ପଢନ୍ତୁ : Indian Seafarers: ଜାହାଜରେ ଭାରତୀୟଙ୍କୁ ମୁତୟନ କରନି,ସିପିଂ କମ୍ପାନୀକୁ ସରକାରଙ୍କ ପରାମର୍ଶ